ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ସଂନ୍ଧ୍ୟା ୫ଟା ୩୦ ମିନିଟରେ ବସିବ । ଏହି ବୈଠକରେ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଛି । ତେବେ ଏହି କ୍ୟାବିନେଟ ବୈଠକରେ ମୁଖ୍ୟତଃ ତିନୋଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।
ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ, ବିଧାନସଭାର ଶୀତ ଅଧିବେଶନ ସମାପ୍ତି , ରାଜସ୍ୱ ବିଭାଗର କ୍ୟାଡର ଓ ଚାକିରୀ ସର୍ତ୍ତାବଳୀ ସମ୍ପର୍କିତ ମୋଟ ୩ଟି ଏଜେଣ୍ଡା ସମ୍ପର୍କରେ ଆଲୋଚନା ହେବ । ଅନ୍ୟପଟେ ଆଗକୁ ପୌର ନିର୍ବାଚନ ଥିବା ବେଳେ ଏହି ବୈଠକରେ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଲିଙ୍ଗରାଜ ମନ୍ଦିର ଚାରିପଟ ଉଚ୍ଛେଦ ସମ୍ପର୍କରେ ଆଲୋଚନା କରାଯାଇପାରେ । ବିସ୍ଥାପିତ ଲୋକଙ୍କ ଥଇଥାନ ସହ ସ୍ୱତନ୍ତ୍ର ପ୍ୟାକେଜ ଭଳି ୬ରୁ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରେ ।