ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ୧୦ ଟି ଆକାଂକ୍ଷୀ ଜିଲ୍ଲା ପାଇଁ ସଚିବ ସ୍ତରୀୟ ୧୦ ଜଣ ଅଧିକାରୀଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ଏହି ୧୦ ଅଧିକାରୀ ତିନି ମାସ ପାଇଁ ଜିଲ୍ଲା ଦାୟିତ୍ୱରେ ରହିବେ । ବିକାଶମୂଳକ କାର୍ଯ୍ୟପାଇଁ ଏମାନେ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ ଆଦି କ୍ଷେତ୍ରରେ ସମୀକ୍ଷା କରିବେ ।
ତେବେ ଜିଲ୍ଲା ଦାୟତ୍ୱ ଦିଆଯାଇଥିବା ଅଧିକାରୀ ମାନଙ୍କ ମଧ୍ୟରେ ଆରବିନ୍ଦ ଅଗ୍ରୱାଲଙ୍କୁ ନବରଙ୍ଗପୁର ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ନୂଆପଡା, ମଧୁସୂଦନ ପାଢୀଙ୍କୁ କନ୍ଧମାଳ, ନିକୁଞ୍ଜ ଧଳଙ୍କୁ ରାୟଗଡା ଦାୟିତ୍ୱ, ସତ୍ୟବ୍ରତ ସାହୁଙ୍କୁ କଳାହାଣ୍ଡି, ଏନ.ବି ଜାୱେଲଙ୍କୁ ମାଲକାନାଗିରି, ସୁରେନ୍ଦ୍ର କୁମାରଙ୍କୁ ବଲାଙ୍ଗିର, ସନ୍ତୋଷ ସଡଙ୍ଗୀଙ୍କୁ କୋରାପୁଟ, ରଞ୍ଜନ ଚୋପ୍ରାଙ୍କୁ ଢେଙ୍କାନାଳ ଦାୟିତ୍ୱ ଦିଆଯାଇଛି ।