ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଭାଇରସ ଚିନ୍ତା । ଏହାର ପ୍ରଭାବରେ ସାର ଦେଶ ଏବେ ଲକ୍ ଡାଉନ୍ ହୋର ରହିଛି । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ପଡିଛି । ଏହା ଯୋଗୁ ପ୍ରାୟ ସବୁ ଦୋକାନ ବଜାର ବନ୍ଦ ହୋଇ ରହିଛି । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି ଦୋକାନ ବଜାର ଖୋଲିବାକୁ ନିଷ୍ପତି ନିଆଯାଇଛି । ଆସନ୍ତୁ ଜାଣିବା କେଉଁ ଦୋକାନ ଗୁଡିକ ଖୋଲା ରହିବ ।
= ସପ୍ ଆଣ୍ଡ ଏଷ୍ଟାବ୍ଲିସମେଂଟ ଆକ୍ଟରେ ପଞ୍ଜିକୃତ ହେଇଥିବା ସମସ୍ତ ଦୋକାନ ଖୋଲା ରହିବ ।
= ରେସିଡେନସିଆଲ ଅଂଚଳ ଓ ଏହା ଆଖପାଖ ବଜାରରେ ଥିବା ଦୋକାନ ଖୋଲା ରହିବ ।
= ପୌରପାଳିକା ଭିତରେ ନଥିବା ଦୋକାନ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ।
= ସହରାଞ୍ଚଳରେ ସାହି, ଗଳିରେ ଥିବା ଦୋକାନ ଖୋଲିବ ।
ଏନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯିବା ସହ କିଛି ସର୍ତ୍ତ ରଖାଯାଇଛି । ସର୍ତ୍ତ ଅନୁସାରେ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ କାମ କରିବେ । ଏହା ସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି ରାଜ୍ୟ ସରକାର କହିଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନ୍ ରେ ଦୋକାନ ଖୋଲା ଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।