ସୁନ୍ଦରଗଡ(ଏଟିଆର ବ୍ୟୁରୋ): ସୁନ୍ଦରଗଡ ଜିଲ୍ଲାର ଦୃଷ୍ଟିହୀନ ଶିକ୍ଷୟତ୍ରୀ ତପେଶ୍ୱରୀ ପଣ୍ଡାଙ୍କୁ ରାଜ୍ୟ ସରକାର ପୁନଃ ନିଯୁକ୍ତି ଦେଇଛନ୍ତି । ତପେଶ୍ୱରୀ ଚାକିରି କରିଥିବା ସମୟରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ଫଳରେ ସେ ଚାକିର ଲାଗି ଅକ୍ଷମ ବୋଲି ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।
ତପେଶ୍ୱରୀ ପ୍ରାଥମିକ ବିଦ୍ୟାଳୟେରେ ସହକାରୀ ଶିକ୍ଷୟତ୍ରୀ ଭାବେ ଶିକ୍ଷାଦୀନ କରୁଥିଲେ । ବିଏ ବିଇଡି ଶିକ୍ଷା ଯୋଗ୍ୟତା ହାସଲ କରିଥିବା ଶ୍ରୀମତୀ ପଣ୍ଡା ୨୦୧୭ରେ ଅଚାନକ ଦୃଷ୍ଟିଶକ୍ତି ହରାଇଥିଲେ। ଏହା ପରେ ରାଜ୍ୟ ସରକାର ତାଙ୍କୁ ଅକ୍ଷମ କହି ସମ୍ବେଦନହୀନ ଭାବେ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଥିଲେ।
ଭିନ୍ନକ୍ଷମ ଯୋଗୁଁ, ତାଙ୍କୁ ସ୍କୁଲ କିମ୍ବା ଶିକ୍ଷା ବିଭାଗର ଅନ୍ୟ କୌଣସି କାମରେ ନିୟୋଜିତ କରାଯାଇପାରିଥାନ୍ତା, ତେଣୁ ସରକାର ନିଷ୍ପତ୍ତିର ପୁନଃବିଚାର କରନ୍ତୁ ବୋଲି ସେ ଆକୁଳ ଅନୁରୋଧ କରିଥିଲେ। ତେବେ ତଦନ୍ତ ପରେ ଶିକ୍ଷୟତ୍ରୀ ତପେଶ୍ୱରୀଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରାଯାଇଥିବା ସମୀର ଦାଶ କହିଛନ୍ତି ।