ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଯୁବ ଗୋଷ୍ଠୀଙ୍କର ଦକ୍ଷତା ବିକାଶ ନିମନ୍ତେ ଆଜି ବିଭିନ୍ନି କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି । ଯୁବଗୋଷ୍ଠୀଙ୍କର ପ୍ରଶିକ୍ଷଣ, ଦକ୍ଷତା ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଟାଟା ଷ୍ଟ୍ରାଇଭ ଓ ଟେକ ମହିନ୍ଦ୍ରା ସହ ୩ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସରକାର ଟାଟା ଷ୍ଟ୍ରାଇଭ ସହ ଦକ୍ଷତା ବିକାଶ ଓ ନିଯୁକ୍ତି ନେଇ ବୁଝାମଣା ହୋଇଛି ।
୪୯ଟି ସରକାରୀ ଆଇଟିଆଇରେ ଛାତ୍ରଛାତ୍ରୀମାନଙ୍କୁ ଏହି ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିଆଯିବ । ସେହିଭଳି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମଧ୍ୟ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଅନ୍ୟପଟେ ପ୍ରଥମ ଥର ପାଇଁ ଶିଳ୍ପସଂସ୍ଥା ଦ୍ୱାରା ଉତ୍କର୍ଷ କେନ୍ଦ୍ର କରାଯାଉଛି । କେନ୍ଦ୍ରରେ ପ୍ରତିବର୍ଷ ୩୦ଜଣଙ୍କୁ କୃତିମ ବୁଦ୍ଧିମତ୍ତା ପ୍ରଶିକ୍ଷଣ ଦିଆଯିବ । ଭୁବନେଶ୍ୱର ଫର୍ଚୁନ ଟାୱାରରେ ଅନ୍ତଜାତୀୟ ମାନର ବିପିଓ ହେବା ନେଇ ଚୁକ୍ତି ପତ୍ରରେ ଉଲ୍ଲେଖ ରହିଛି । ବିପିଓ ପ୍ରତିଷ୍ଠା ପାଇଁ ଟେକ ମହିନ୍ଦ୍ରା ଓ ଇଡକୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିଭାଗର ସଚିବଙ୍କ ଉପସ୍ଥିତରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।