ବାଲେଶ୍ୱର (ଏଟିଆର ବ୍ୟୁରୋ): ଫକୀର ମୋହନ ବିଶ୍ୱବିଦ୍ୟାଳର ବି.ଇଡି ଓ ଏମ.ଇଡିର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେବା ୩ଦିନରେ ପହଁଚିଛି । ଛାତ୍ରଛାତ୍ରୀଙ୍କର ଅଭିଯୋଗ ମୁତାବକ ଶିକ୍ଷକ ପ୍ରବେଶିକା ପରୀକ୍ଷା ତଥା ଓଟିଇଡି ପରୀକ୍ଷା ପାଇଁ ସରକାର ସେମାନଙ୍କୁ ଅନୁମତି ନଦେବା ପ୍ରତିବାଦରେ ସେମାନେ ଧାରଣାରେ ବସିଛନ୍ତି । ସରକାରୀ ଅଧିକାରୀମାନେ ସମସ୍ୟାର ସମାଧାନ କରିବା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବାରମ୍ବାର ପ୍ରତିଶୃତି ଦେଉଥିଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ ।
ଅଧିକାରୀମାନେ ମୌଖିକ ଭାବେ ପ୍ରତିଶୃତି ଦେଉଥିଲେ ମଧ୍ୟ ଲଖିତ ପ୍ରତିଶୃତି ଦେଉନାହାନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଜିଲ୍ଲାପାଳ ୩ଦିନ ମଧ୍ୟରେ ସମସ୍ୟା ସମାଧାନ ପାଇଁ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିଶୃତି ପାଳନ କରିନଥିବା ହେତୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଧାରଣା ଦେଉଛନ୍ତି । ଛାତ୍ରଛାତ୍ରୀମାନେ ରାତି ତମାମ ଧାରଣାରେ ବସିଛନ୍ତି । ଆଗାମୀ ଦିନରେ ସେମାନଙ୍କର ସମସ୍ୟା ସମାଧାନ ନହେଲେ ଏହି ଆନ୍ଦୋଳନରୁ ଅଧିକ ତୀବ୍ର କରିବେ ବୋଲି ଚେତାବନି ଦେଇଛନ୍ତି ।