ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତ ସେପ୍ଟେମ୍ବର ମାସରୁ ପୁରା ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ଫଳରେ ଟ୍ରାଫିକ ନିୟମକୁ ସାରା ଦେଶରେ କଡାକଡି ଭାବେ ପାଳନ କରାଯାଉଛି ।
ଓଡ଼ିଶାରେ ମଧ୍ୟ ଏହି ନିୟମକୁ କଡାକଡି ଭାବେ ପାଳନ କରାଯାଉଛି । ସେ ବଡ ଅଧିକାରୀ ହୁଅନ୍ତୁ ବା ଅଭିନେତା ସମସ୍ତଙ୍କ ଚାଲଣ କଟାଯାଉଛି । ଗତ କିଛି ଦିନ ତଳେ ଓଲିଉଡ ସୁପରଷ୍ଟାର ବାବୁଶନ ମାହାନ୍ତିଙ୍କୁ ମଧ୍ୟ ତଣ୍ଡ ଗଣିବାକୁ ପଡିଥିଲା । ବାବୁଶାନ ବିନା ହେଲମେଟରେ ବାଇକ୍ ଚଳାଉଥିବାରୁ ତାଙ୍କୁ ଫାଇନ ଦେବାକୁ ପଡିଥିଲା ।
କିନ୍ତୁ ଦୁଇଦିନ ତଳେ ହୋଇଥିବା ବିଜେଡି ପ୍ରତିଷ୍ଟା ଦିବସରେ ହୋଇଥିବା ରାଲିରେ ବିଜେଡି ନେତା ମାନେ ବିନା ହେଲମେଟରେ ରାଲି କରିଥିଲେ । ଏହାକୁ ନେଇ ଜନସାଧାରଣ ମାନଙ୍କ ମଧ୍ୟରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।