ଭୁବନେଶ୍ୱର (ଏଟିଆର ବ୍ୟୁରୋ); କରୋନା ମୁକାବିଲା ମଧ୍ୟରେ ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ବିଭିନ୍ନ ରାଜ୍ୟରେ କରୋନା ପାଇଁ ନିଆଯାଇଥିବା ବିଷୟରେ ଆଲୋଚନା ହୋଇଛି । ଇତିମଧ୍ୟରେ ରାଜ୍ୟରେ କରୋନା ପାଇଁ ଲୋକଙ୍କ ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ଋଣ ସୁଧ ଛାଡ ପାଇଁ ଦାବି କରିଛନ୍ତି । କେବଳ ଏତିକି ନୁହେଁ ବୀମା ଅବଧି ବି ୬ ମାସ ପାଇଁ ବୃଦ୍ଧି କରିବା ଲାଗି କହିଛନ୍ତି ।
ପ୍ରକୃତରେ କରୋନା ଲକ୍ ଡାଉନ୍ ଯୋଗୁଁ ସବୁ କିଛି ଠପ୍ ହୋଇଯାଇଛି । ଅଖଚକ କିଛି ଗଡୁନି । ଯେଉଁଥି ପାଇଁ ଆର୍ଥିକ ମାନ୍ଦାବାସ୍ଥା ଦେଖାଦେଇଛି । ଅନେକ ବସ୍ ମାଲିକ ସେମାନଙ୍କ ବସ୍ ପାଇଁ ଯେଉଁ ଋଣ ଆଣିଥିଲେ ତାକୁ ପରିଶୋଧ କରିବା ଲାଗି ବର୍ତ୍ତମାନ କଷ୍ଟ ହେଉଛି । କାରଣ ବସ୍ ଗଡୁନି ଟଙ୍କା ସେମାନେ କୋଉଠୁ ଆଣିବେ ଆଉ ଋଣ ପରିଶୋଧ କରିବେ । ସେଥିପାଇଁ ଏହି ସବୁ ଋଣର ସୁଧ ଛାଡ କରିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଦାବି କରିଛନ୍ତି ।