ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିଠାରୁ ତାପମାତ୍ରାରେ ବୃଦ୍ଧି ଘଟିବ ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ଗତ ଦୁଇଦିନ ହେଲା ପାଗ ସାମାନ୍ୟ ରହିଥିବା ବେଳେ ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବ ଅର୍ଥାତ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ।
ଅନେକ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟ ଅତିକ୍ରମ କରିଯାଇ ପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ୧୪ ଓ ୧୫ ତାରିଖରେ ରାଜ୍ୟରେ କେତେକ ସ୍ଥାନରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ଓ ୧୪ ତାରିଖ ବେଳକୁ ଉପକୂଳ ଓଡିଶାରେ ତାପମାତ୍ରା ସ୍ଥିର ରହିପାରେ ମାତ୍ର ଏହି ସମୟ ମଧ୍ୟରେ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ତପମାତ୍ରାରେ ଅଧିକ ବୃଦ୍ଧି ହୋଇପାରେ ।