ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଦେଶୀ ଫେରନ୍ତାଙ୍କ ସାଞ୍ଚନିମନ୍ତେ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜଧାନୀରେ ପ୍ରତିଦିନ ପାଖାପାଖି ୧୫୦ ଜଣ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରବିବାର ବିମା ବନ୍ଦରରେ ୪ ଟି ରେଳ ଷ୍ଟେସନରେ ୮ ଟି ସ୍ୱତନ୍ତ୍ର କାଉଣ୍ଟର ଖୋଲିଛି । ଯାତ୍ରୀଙ୍କ ପ୍ରସ୍ତାନ ନିମନ୍ତେ ବିଏମସି ଲୋଗୋ ପାସ ମିଳିବ ।ଏହାକୁ ଦେଖାଇ ସେମାନେ ଅଲଗା ଅଲଗା କାଉଣ୍ଟର କୁ ଯିବେ ।
କାଉଣ୍ଟର ନଂ ୧ରୁ ୩ ଆର୍ଟିପିସିଆର ରିପୋର୍ଟ ନେଗେଟିଭ, ଦୁଇ ଡୋଜ୍ କୋଭିଡ ଟିକା ଏବଂ ଓଡ଼ିଶା ଭିତର ଯାତ୍ରୀଙ୍କ ନିମନ୍ତେ ବ୍ୟବସ୍ଥିତ ହୋଇଥିବାବେଳେ ୪ରୁ ୮ ନମ୍ବର କାଉଣ୍ଟରରେ ଆର୍ଟିପିସିଆର ରିପୋର୍ଟ ନ ଥିବା ରାଜ୍ୟ ବାହାର ଯାତ୍ରୀଙ୍କ ନାମ ପଞ୍ଜୀକରଣ ହେବ।ଏଠାରେ ଯାତ୍ରୀଙ୍କ ଠିକଣା,ରେଳ ବିବରଣୀ ଓ ମୋବାଇଲ ନମ୍ବର ରହିବ ।
ବିଏମସି ସୂଚନାସାରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୩୦ ରୁ ଅଧିକ ପଜିଟିଜ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବିଏମସି ଟେଷ୍ଟି,ଟ୍ରାକିଂ ଓ ଟ୍ରେସିଂକୁ ଗୁରୁତ୍ୱ ଦେଇଛି । ବର୍ତ୍ତମାନ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଟିକ ଗଠନ କରାଯାଇଛି । ସେହିପରି କୋଭିଠ ନିୟମ ବାଧ୍ୟତାମୂଳକ କରାଯାଇଥିବାବେଳେ ମାସ୍କ,ସାମାଜି୍ ଦୂରତା,ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।