ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଲ୍ୟାବ ଯିବ ଲିଚୁ । ଓଡିଶାରେ ବିକ୍ରି ହେଉଥିବା ଲିଚୁ କୋଳିରେ ବିଶାକ୍ତ ରାସାୟନିକ ପଦାର୍ଥ ଅଛି କି ନାହିଁ ଯାଞ୍ଚ ହେବା ପାଇଁ ଲ୍ୟାବକୁ ଯିବ । ରାଜ୍ୟ ଖାଦ୍ୟ ସୁରକ୍ଷା କମିସନରଙ୍କୁ ଲିଚୁ ଫଳର ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଲିଚୁ ଫଳ ଯାଞ୍ଚ ପରେ ନିର୍ଦ୍ଦିଷ୍ଟ ରାସାୟନିକ ବିଷାକ୍ତ ପଦାର୍ଥ ମିଳିବା ନେଇ ପ୍ରମାଣ ମିଳେ ତା ହେଲେ ମଣିଷ ଶରୀର ଉପରେ ତାର କୁପ୍ରଭାବ କଣ ପଡ଼ୁଛି ତାକୁ ରିପୋର୍ଟ କରିବାକୁ ମଧ୍ୟ କମିସନରଙ୍କୁ ମନ୍ତ୍ରୀ କହିଛନ୍ତି। ଗତକାଲି ରାଉରକେଲାରେ ଲିଚୁ କୋଳି ବ୍ୟାନ କରାଯାଇଛି ।
ବିହାରରେ ଲିଚୁ କୋଳି ୧୩୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏଣୁ ଓଡିଶାକୁ ଏହା ବ୍ୟାପିବା ପୂର୍ବରୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର ।ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଫୁଡ୍ ସେଫଟି କମିଶନରଙ୍କୁ ବଜାରରେ ବିକ୍ରି ହେଉଥିବା ଲିଚୁର ନମୂନା ସଂଗ୍ରହ କରି ସେଥିରେ ବିଷାକ୍ତ ଉପାଦାନ ରହିଛି କି ନାହିଁ, ତାହା ପରୀକ୍ଷା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିହାରରେ ଶତାଧିକ ଶିଶୁଙ୍କ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ଥିବାବେଳେ ବଜାରରେ ବିକ୍ରି ହେଉଥିବା ବିଷାକ୍ତ କେମିକାଲଯୁକ୍ତ ଲିଚୁ ଖାଇ ଶିଶୁମାନେ ଏଭଳି ଅସମୟରେ ପ୍ରାଣ ହରାଉଥିବା ଚର୍ଚ୍ଚା ହେଉଛି।
ସଚିବାଳୟରେ ଦୁଇ ଦିନିଆ ସିଡିଏମଓମାନଙ୍କର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଥିବାରୁ ଏନସେଫାଲାଇଟିସ ରୋଗକୁ ନେଇ ସରକାରଙ୍କ ଚିନ୍ତା ଗୁରୁତ୍ବ ବହନ କରୁଛି। ତେବେ ଏହି ଏଇଏସ ରୋଗ ବାସ୍ତବରେ ଲିଚୁ ଫଳ ଖାଇବା ଯୋଗୁଁ ହେଉଛି ତାର ପ୍ରମାଣ ଏ ପର୍ଯ୍ୟନ୍ତ ମିଳିପାରିନାହିଁ। ଏଇଏସ ଭୂତାଣୁ ଜନିତ ରୋଗ।