ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆମେରିକା ନିର୍ବାଚନ ଫଳାଫଳ କୁ ଦୁଇ ରୁ ଅଧିକ ସମୟ ହୋଇସାରିଲାଣି । କିନ୍ତୁ ଏବେ ବି ଗାଦି ଛାଡ଼ିବା ପାଇଁ ନାରାଜ ଡ଼ୋନାଲ୍ଡ ଟ୍ରମ୍ପ । ୨୦୧୬ ରେ ଟ୍ରମ୍ପ ୩୦୬ ଇଲେକ୍ଟୋରାଲ ଭୋଟ୍ ପାଇ ସେତେ ବେଳେ ସେ ଏହାକୁ ବହୁମତ ବୋଲି କହିଥିଲେ । ୨୦୨୦ ରେ ସେହି ସମାନ ସଂଖ୍ୟକ ଭୋଟ ପାଇଥିଲେ ବାଇଡ଼େନ୍ । ବିଜୟକୁ ଦୁଇ ସପ୍ତାହ ହୋଇସାରିଥିଲେ ମଧ୍ୟ ଟ୍ରମ୍ପ ତାହା ମାନିବାକୁ ନାରାଜ । ଏହା ଦ୍ୱାରା ଆମେରିକା ପ୍ରତି ବିପଦ ଆସିବାର ଆଶଙ୍କା କରାଯାଉଛି ।
ରାଷ୍ଟ୍ରପତି ବାଇଡ଼େନ ଓ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଏବେ ସୁନ୍ଧା ଗୁଇନ୍ଦା ରିପୋର୍ଟ ଦିଆଯାଇନାହିଁ । ଆମେରିକା ପାଇଁ ଏହା ଏକ ଭଳ ସଂଙ୍କେତ ନୁହେଁ ବୋଲି ବୃନ୍ଧିଜୀବୀମାନେ କହିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପାଇଁ ବାଇଡ଼େନ ତାଙ୍କ ଟିମ୍ ଗଠନ କରିସାରିଛନ୍ତି । କିନ୍ତୁ ଟ୍ରମ୍ପଙ୍କ ନିର୍ଦ୍ଦେଶ ଯୋଗୁଁ କୈାଣସି ଅଧିକାରୀମାନେ ବାଇଡ଼େନଙ୍କୁ ଗୁଇନ୍ଦା ସୁଚନା ଦେଉନାହାନ୍ତିଚ । କାରଣ ରାଷ୍ଟ୍ରପତି ହେଉଛନ୍ତି ସେନାଧ୍ୟକ୍ଷ ଆଉ ଅଧିକାରୀ ମାନେ ତାଙ୍କ ନିର୍ଦ୍ଦେଶ କୁ ମାନିବାକୁ ବାଧ୍ୟ ।
ଟ୍ରମ୍ପ ଏପର୍ଯ୍ୟନ୍ତ ବାଇଡ଼େଦଙ୍କୁ ଗୁପ୍ତ ତଥ୍ୟ ଦେବା ପାଇଁ ନ୍ୟସନାଲ ଇଣ୍ଟେଲିଜେନ୍ସର ନିର୍ଦ୍ଦେଶକଙ୍କୁ ଅନୁମତି ଦେଇନାହାନ୍ତି ।ତେଣୁ ବାଇଡ଼େନ ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ତୁରନ୍ତ କୈାଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇପାରିବେ ନାହିଁ । ନିଷ୍ପତ୍ତି ନେବା ପାଇଁ ତାଙ୍କୁ ସମସ୍ୟା ଦେଖାଦେଇ ପାରେ ।