ନାରାୟଣପାଟଣା (ଏଟିଆର ବ୍ୟୁରୋ): ପ୍ରବଳ ବର୍ଷା ଯୋଗୁଁ କାକିରିଗୁମା ଲକ୍ଷ୍ମୀପୁର ନିକଟବର୍ତ୍ତି ଟ୍ରେନ୍ ଟ୍ରାକ୍ ଉପରେ ପଥର ଖଣ୍ଡ ସମେତ ମାଟି ଅତଡା ଖସି ପଡି ରାସ୍ତା ଜାମ ହୋଇଛି ।
କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବାର ଜାଣିବାକୁ ମିଳିଛି । ଯାହା ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ହୀରାଖଣ୍ଡ ଏକ୍ସପ୍ରେସ, ରାଉଲକେଲା ଇଣ୍ଟରସିଟି ,ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଡିଏମ୍ୟୁ ଅଟକି ରହିଛି ।