ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାବଧାନ । ଆଜିଠୁ ରାଜ୍ୟରେ ପୁଣି କଡାକଡା ହେଲା ଯାନବାହନ ଚେକିଂ । ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଗଣିବେ ମୋଟା ଅଙ୍କର ତଣ୍ଡ । ସଡକ ଦୁର୍ଘଟଣା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଆଜିଠୁ ଆସନ୍ତା ୨୧ ତାରିଖ ଯାଏଁ ଏହି ସ୍ପେଶାଲ ଡ୍ରାଇଭ ଜୋରଦାର କରାଯିବ । ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଯାଏଁ ଯାନବାହନ ଯାଞ୍ଚ କରାଯିବ । ଦ୍ରୁତ ଗତିରେ ଗାଡି ଚଲାଇବା, ହେଲମେଟ ନପିନ୍ଧିବା , ଗାଡି ଚଲାଇବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା, ସିଟ୍ ବେଲ୍ଟ ନପିନ୍ଧିଲେ ଚାଲାଣ କରାଯିବା ସହ ବିନା ଲାଇସେନ୍ସ ଓ ହେଲମେଟରେ ଗାଡି ଚଲାଇଲେ ଗାଡି ଜବତ କରାଯିବା ସହ ୩ ମାସ ପାଇଁ ଲାଇସେନ୍ସ ବାତିଲ କରାଯିବ ।