ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଲାଗିଛି । ତେବେ ଏହାରି ଭିତରେ ବହୁ ରୋଗୀ ଓ ସେମାନଙ୍କ ପରିବାର ଲୋକ ମାନେ ଘରୋଇ ହସ୍ପିଟାଲକୁ ଚିକିତ୍ସା କରିବାକୁ ଗଲା ବେଳେ ସେମାନଙ୍କୁ କରୋନା ଟେଷ୍ଟ କରାବା ପାଇଁ କୁଯାଉଥିବାର ଅଭିଯୋଗ ହୋଇଥିଲା । ଏହା ସହ ରୋଗୀଙ୍କୁ ଫେରାଇ ଦିଆଯାଉଥିଲା । ଏହାକୁ ନଜରରେ ରଖି ରାଜ୍ୟ ସରକାରରଙ୍କ ପକ୍ଷରୁ ଘରୋଇ ହସ୍ପିଟାଲ ମାନଙ୍କ ପାଇଁ ଗାଇଡ ଲାଇନ ଜାରି କରାଯାଇଛି । ଏଥିରେ ସଫା ସଫା ଲୋଖା ଯାଇଛି ଯେ, ଯଦି କୌଣସି ଲୋକ ପାଖରେ କରୋନା ଲକ୍ଷଣ ନାହିଁ ତେବେ ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ବାଧ୍ୟ କରା ଯିବ ନାହିଁ । ଏହା ସହ ଡାଇଲସିସ୍, ରକ୍ତ ସଂକ୍ରମଣ, କେମେଥେରାପି ନେଉଥିବା ଲୋକ ମାନଙ୍କ ପ୍ରତି ଘରୋଇ ହସ୍ପିଟାଲ ମାନେ ବିଶେଷ ଧ୍ୟାନ ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ରୋଗୀଙ୍କୁ ନଫେରାଇବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।
ଏହା ସହ ଯେଉଁ ହସ୍ପିଟାଲ ବିରୋଧରେ ଏଭଲି କିଛି ଅଭିଯୋଗ ଆସିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ସୂଚନା ଯୋଗ୍ୟ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଛି । ଏହା ସହ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକ୍ ହାଉନ୍ କୁ ବୃଦ୍ଧି କରାଯାଇଛି ।