କୋରାପୁଟ (ଏଟିଆର ବ୍ୟୁରୋ); ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ କୋରାପୁଟ,ନବରଙ୍ଗପୁର,ରାୟଗଡାରେ ୧୨ ଘଣ୍ଟିଆ ବନ୍ଦ ହୋଇଛି । ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।ସମ୍ପୂର୍ଣ୍ଣ ଦକ୍ଷିଣ ଓଡିଶା ବନ୍ଦ ହେବା ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଜିଲ୍ଲାରେ ଗାଡି ମଟର ଠାରୁ ଆରମ୍ଭ କରି ଦୋକାନ ବଜାର ସବୁ ବନ୍ଦ ରହିଛି ।
ଦୀର୍ଘଦିନ ହେବ ଅବିଭକ୍ତ କୋରାପୁଟର କୌଣସି ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଦାବି ହୋଇ ଆସୁଛି ମାତ୍ର ଏଦିଗରେ ସରକାର କୌଣଓି ପଦକ୍ଷେପ ନେଉ ନାହାଁନ୍ତି ବୋଲି ଆଇନଜୀବୀମାନେ ଅଭିଯୋଗ କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ। ଏହି ବନ୍ଦ ଡାକରା ଅବିଭକ୍ତ କୋରାପୁଟ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦିଆଯାଇଥିଲେ ମଧ୍ୟ ୪ଟି ଜିଲ୍ଲାର ସମସ୍ତ ଛାମୁଆ ସଙ୍ଗଠନ ସହିତ ବିଜେପି, କଂଗ୍ରେସ ଓ ବିଜେଡ଼ିର ସ୍ଥାନୀୟ ନେତୃତ୍ୱ ଏହି ଦାବିକୁ ସମର୍ଥନ କରିଛନ୍ତି। ଫଳରେ କୋରାପୁଟ, ନବରଙ୍ଗପୁର,ରାୟଗଡ଼ା ଓ ମାଲକାନଗିରିରେ ବନ୍ଦ ପାଳିତ ହେଉଛି। ଏହି ସବୁ ଜିଲ୍ଲାରେ ବସ, ଟ୍ରକ୍ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଦୋକାନବଜାର ସହିତ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ ରହିଛି।