ବରଗଡ(ଏଟିଆର ବ୍ୟୁରୋ): ବରଗଡ ବାସୀଙ୍କ ଜନ ଅନ୍ଦୋଳନ ସଫଳ ହୋଇଛି । ସହରବାସୀଙ୍କ ଆନ୍ଦୋଳନ ପରେ କାର୍ଯ୍ୟକାରୀ ହୋଇଛି ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଆଜି ଅପରାହ୍ନ ରେ ପୁରୁଣା ଜିଲ୍ଲା ଚିକିତ୍ସାଳୟ କର୍ଯ୍ୟକ୍ଷମ ହୋଇଛି । ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଓ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକାରୀ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେର ଓ ଅନ୍ୟ ଡାକ୍ତର ମାନେ ମିଶି ପୁରୁଣ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ କରିଛନ୍ତି । ଆସନ୍ତା ବର୍ଷ ଏହି ଚିକିତ୍ସାଳୟରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ସହରବାସୀ ମାନେ ଅନ୍ଦୋଳନରୁ ଓହରିଛନ୍ତି ।
ସୂଚନା ଯୋଗ୍ୟ ବରଗଡ ଜିଲ୍ଲାଚିକିତ୍ସାଳୟ ଟୁକୁରଲାକୁ ସ୍ଥାନାନ୍ତରିତ ହେବ ପରେ ବରଗଡ ସହର ଜନସାଧାରଣ ଏହାକୁ ବିରୋଧ କରିଥିଲେ । ସହରରେ କୌଣସି ଭଲ ହସ୍ପିଟାଲ ନଥିବାରୁ ଏକ ସିଟି ହସ୍ପିଟାଲ ନିର୍ମାଣ କରାଯାଉ ବୋଲି ବରଗଡ ଲୋକ ଦାବି କରିଥିଲେ । ଏହାକୁ ନେଇ ଆଜି ସକାଳୁ ଲୋକମାନେ ବନ୍ଦ ପାଳନ କରିବା ସହ ଧାରଣାରେ ବସିଥିଲେ । ବନ୍ଦ ଯୋଗୁ ସହରରେ ଦୋକାନ ବଜାର ବନ୍ଦ ରହିବା ସହ ଗମନା ଗମନ ଠପ ହୋଇଯାଇଥିବାର ଜଣାପଡିଛି । ଅନ୍ଦୋଳନ କାରୀ ମାନେ ସହରର ବିଭିନ୍ନ ରାସ୍ତା ଅବରୋଧ କରିଥିଲେ ।