କେନ୍ଦୁଝର (ଏଟିଆର ବ୍ୟୁରୋ); ସେଲଫି ହେଲା କାଳ । ପୁଣି ଥରେ ଏହି ସେଲଫି ପାଇଁ ସଙ୍କଟରେ ଜଣକ ଜୀବନ । କେନ୍ଦୁଝର ଭୀମ କୁଣ୍ଡରେ ସେଲଫି ନେଉଥିବା ବେଳେ ଭାସିଗଲେ ଛାତ୍ର । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ମିଳିଥିବା ସୂଚନା ମୁତାବକ କଟକ ମଧୁପାଟଣା ସାଇ ଶିକ୍ଷା କେନ୍ଦ୍ରର +୨ ବିଜ୍ଞାନ ବିଭାଗର ଛାତ୍ର ଛାତ୍ରୀମାନେ ବଣ ଭୋଜି ପାଇଁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି ।
ସାଙ୍ଗ ସାଥୀମାନେ ଭୋଜିରେ ମସଗୁଲ ଥିବା ବେଳେ ଛାତ୍ର ଜଣକ ବିପଦ ଜନକ ସ୍ଥାନରେ ସେଲଫି ନେଉଥିଲେ । ଭାରସାମ୍ୟ ହରାଇବାରୁ ଗଭାର ଜଳ ସ୍ରୋତ ଖସି ପଡିଥିଲେ ଛାତ୍ର । ଏହା ଦେଖିବା ପରେ ଉପସ୍ଥିତ ଥିବା ଲୋକମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ରିପୋଟ ଲେଖାଯିବା ପର୍ଯ୍ୟନ୍ତ ଛାତ୍ରଙ୍କ କୈାଣସି ପତ୍ତା ମିଳିନଥିଲା ।
ବିପଦ ଜନକ ସ୍ଥାନରେ ସେଲଫି ନେଇ ମରଣକୁ ଡାକୁଛନ୍ତି ଯୁବପିଢ଼ୀ । ଏହି ସେଲଫି ପାଇଁ ପୂର୍ବରୁ ବହୁ ଲୋକଙ୍କ ଜୀବନ ଯାଇଥିବା ଖବର ପ୍ରସାର ହେବା ପରେ ମଧ୍ୟ ଚେତୁ ନାହାଁନ୍ତି ଜନସାଧାରଣ । ବାହାଦୁରି ଦେଖାଇବା ପାଇଁ ବିପଦଜନକ ଜାଗାରେ ସେଲଫି ନେବାକୁ ମଧ୍ୟ ପଛଉ ନାହାଁନ୍ତି ।