ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମହାମାରୀ ସମସ୍ତଙ୍କ ଉପରେ ପ୍ରଭାବ ପକାଇଥିବା ବେଳେ ଚଳିତବର୍ଷ ଶିକ୍ଷାବର୍ଷ ଉପରେ ମଧ୍ୟ ପ୍ରଭାବ ପକାଉଛି । ଯାହାଫଳରେ ପିଲାଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ‘ଶିକ୍ଷା ଦର୍ପଣ’ ମାଗଣାରେ ଦିଆଯିବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକ ଦେବା ପାଇଁ ସବୁ ଜିଲ୍ଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି । ଆସନ୍ତା ୨୨ ତାରିଖ ସୁଦ୍ଧା ତଥ୍ୟ ଦେବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଉାତ୍ରୀଙ୍କ ତଥ୍ୟ ଦାଖଲ କରିବାକୁ କୁହାଯାଇଛି ।
ବିଭାଗ ପକ୍ଷରୁ ୬ ଲକ୍ଷ ଛାତ୍ରଛାତୀଙ୍କୁ ଏହି ପୁସ୍ତକ ଛାପିବାକୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ‘ଶିକ୍ଷା ଦର୍ପଣ’ । ‘ଶିକ୍ଷା ଦର୍ପଣ’ ରେ ପ୍ରଶ୍ନପତ୍ର ସହ ଉତ୍ତର ରହିବ ।