ପଟ୍ଟାମୁଣ୍ଡାଇ(ଏଟିଆର ବ୍ୟୁରୋ): ଏଣିକି ଛାତ୍ରଛାତ୍ରୀମାନଙ୍କୁ ଭିତରକନିକା ବୁଲିବାକୁ ଆଉ ଟଙ୍କା ଦେବାକୁ ପଡିବ ନାହିଁ । ବନ ବିଭାଗ ପକ୍ଷରୁ ଭିତରକନ ବୁଲିବାକୁ ଆସୁଥିବା ଛାତ୍ରଛାତ୍ରୀ ମାନେ ଆଉ ଫି ଦେବେ ନାହିଁ ବୋଲି କୁହାଯାଇଛି । ଏହା ସହ ଭିତରକନିକା ଭିରରେ କରାଯାଉଥିବା ବୋଟିଂ ଫିକୁ ଛାଡ କରାଯିବ ବୋଲି ମଧ୍ୟ କୁହାଯାଇଛି । ତେବେ ଏହି ସୁବିଧା କେବଳ ତିନୋଟି ଜାତୀୟ ଛୁଟିରେ ମିଳି ପାରିବ । ସେହି ଛୁଟି ଦିନ ଗୁଡିକ ହେଲା ଗାନ୍ଧୀ ଜୟନ୍ତୀ, ସାଧାରଣତ ଦିବସ ଓ ସ୍ୱାଧୀନତା ଦିବସ ।
ବର୍ତ୍ତମାନ ଭିତରକନିକା ମଧ୍ୟରେ ପ୍ରବେଶ କରିବା ପାଇଁ ୧ଶହରୁ ୫ଶହ ଟଙ୍କା ଓ ବୋଟିଂ କରିବା ପାଇଁ ୫ହଜାରରୁ ୧୦ହଜାର ଟଙ୍କା ଲଗୁଛି । ଏତେ ଟଙ୍କା ଦେଇ ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ମାନେ ଭିତରକନିକା ବୁଳିବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ଛାତ୍ରଛାତ୍ରୀ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବନ ବିଭାଗ ଏଭଲି ଏକ ପ୍ର୍ରୟାସ ଆରମ୍ଭ କରିଛି ।