ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆସନ୍ତା ୧୫ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ପୁରା ବଜାର ଏବେ ଚଳଚଞ୍ଚଳ ହୋଇ ପଡିଛି । ଭଉଣୀର ସୁରକ୍ଷା ପାଇଁ ଭଉଣୀ ଟିଏ ଭାଇ ହାତରେ ବାନ୍ଧି ଥାଏ ରାକ୍ଷୀ । ରାକ୍ଷୀ ପୂର୍ଣ୍ଣିମା ଆମ ଭାରତର ଏକ ପ୍ରମୁଖ ପର୍ବ । ଚଳିତ ବର୍ଷ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରରେ ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ଏବିବିପି ଛାତ୍ର ସଂଘ ପରିଷଦ ପକ୍ଷରୁ ସେନାରେ କାର୍ଯ୍ୟ କରୁଥିବା ଯବାନ ମାନଙ୍କ ଶୁଭ ମନାସୀ ଛାତ୍ରଛାତ୍ରୀ ମାନେ ରାକ୍ଷୀ ପଠାଇଛନ୍ତି ।
ତେବେ ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ପ୍ରତିକ୍ରିୟାରେ କହିଛନ୍ତି ସବୁବେଳେ ସୀମା ଉପରେ ରହି ନିଜ ଜୀବନକୁ ବାଜି ଲଗାଇ ଯବାନ ମାନେ ଆମକୁ ସୁରକ୍ଷା ଯୋଗାଇ ଥାନ୍ତି । ସାଧାରଣ ଲୋକଙ୍କ ପରି ତାଙ୍କର ବି ଇଚ୍ଛା ଥାଏ ନିଜ ଭଉଣୀ ହାତରୁ ରାକ୍ଷୀ ଟିଏ ବାନ୍ଧି ବାକୁ । ମାତ୍ର ଆମ ମାନଙ୍କ ସୁରକ୍ଷା ପାଇଁ ସେ ନିଜ ଇଚ୍ଛାକୁ ନିଜ ଭିତରେ ଚାପି ରଖନ୍ତି ।
ଦେଶକୁ ଛାଇ ଭଳି ଜଗି ରହିଥିବା ଯବାନ ଭାଇ ମାନେ ଯେମିତି ଦୁଃଖ ନକରନ୍ତି ରାକ୍ଷୀ ପୂର୍ଣ୍ଣିମାରେ ସେଥିପାଇଁ ଆମେ ଏଭଳି ଏକ ପଦକ୍ଷେପ ନେଇଛୁ । ଡାକସେବା ମାଧ୍ୟମରେ ସେନା ମୁଖ୍ୟ ବିପିନ ରାୱତଙ୍କୁ ଛାତ୍ରଛାତ୍ରୀମାନେ ସ୍ପିଡ ପୋଷ୍ଟ କରିଛନ୍ତି ।