ବାଲେଶ୍ୱର(ଏଟଇଆର ବ୍ୟୁରୋ): ବିଭିନ୍ନ ସମୟରେ ପାଠ ପଢିବାକୁ ଇଚ୍ଛା ନଥିବା ହେଉ କିମ୍ବା ଖାଇବା ପିଇବାର ଅସୁବିଧାର ସମ୍ମୁଖୀନ ହୋଇ ଛାତ୍ର ମାନେ ହଷ୍ଟେଲେ ଛାଡିବା କଥା ଆମେ ମାନେ ଦେଖିଛୁ । କିନ୍ତୁ କେବେ ଭାବିଛନ୍ତି ଭୂତକୁ ଡରି ଛାତ୍ର ମାନେ ହଷ୍ଟେଲେ ଛାଡୁଛନ୍ତି । କଥାଟି ଆଶ୍ଚେର୍ଯ୍ୟ ଲାଗୁଥିଲେ ବି ସତ । ଏଭଲି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ବାଞ୍ଛା କଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲ୍ରେ । ସୂଚନା ଅନୁସାରେ ଆଜି ସକାଳେ ୫ଜଣ ବାଳକଙ୍କୁ ଉଦଳା ବସ ଷ୍ଟାଣ୍ଡାରେ ସ୍ଥାନୀୟ ଲୋକ ମାନେ ଦେଖିବାକୁ ପାଇଥିଲେ । ବାଲକ ମାନେ କାନ୍ଧରେ ବ୍ୟାଗ ପକାଇଥିବାରୁ ଲୋକ ମାନେ ସନ୍ଦେହ କରି ବାଳକ ମାନଙ୍କୁ ପଚରା ଉଚରା କରିଥିଲେ ଏବଂ ଜଣିବାକୁ ପାଇଥିଲେ ଯେ ସେମାନେ ବାଞ୍ଛା କଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲର ଛାତ୍ର ।
ଏହି ପାଞ୍ଚ ଜଣ ଛାତ୍ର ଆଜି ସକାଳୁ ସ୍କୁଲରୁ ଚାଳି ଚାଳି ଔପଦା ଛକ ନିକଟକୁ ଆସି ବସ ମାଧ୍ୟମରେ ଉଦଳା ବସ ଷ୍ଟାଣ୍ଡାରେ ପହଞ୍ଚିଥିଲେ । ତେବେ ଛାତ୍ରମାନଙ୍କୁ ପୋଲିସଙ୍କୁ ହସ୍ତାନ୍ତର କରାଯାଛି । ଛାତ୍ର ମାନଙ୍କ କହିବା ଅନୁସାରେ ହଷ୍ଟେଳରେ ଭୂତ ଡରାଉଥିବାରୁ ଆଗରୁ ୬୦ରୁ ଅଧିକ ପିଲା ହଷ୍ଟେଲ ଛାଡି ପାଲାଇଛନ୍ତି । ୫ଜଣ ଛାତ୍ର ମାନଙ୍କ ମଧ୍ୟରୁ ତିନିଜଣ ଷଷ୍ଠ ଶ୍ରେଣୀର ଓ ଦୁଇ ଜଣ ଅଷ୍ଟମ ଶ୍ରେଣୀର ବୋଲି ଜଣାପଡିଛି । ସେମାନଙ୍କ ଘର ଉଦଳା ଥାନା ଅନ୍ତର୍ଗତ ବଡ଼ସିଙ୍ଗାରିଆ ଏବଂ କଦଳୀବାଡ଼ିଆ ଅଞ୍ଚଳରେ ଘର ହୋଇଥିବାର ଜଣା ପଡିଛି ।