ସୁବର୍ଣ୍ଣପୁର (ଏଟିଆର ବ୍ୟୁରୋ); ମଦ ପିଇ ମାତାଲ ହେଲେ ଏଏସଆଇ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାଜନପୁର ଥାନା ଏଏସଆଇ ମଦ ପିଇ କେନାଲ ପାଖରେ ପଡିଥିଲେ । ଏଣୁ ସ୍ଥାନୀୟ ଲୋକ ତାଙ୍କୁ ଉଠାଇବାକୁ ଯାଇଥିବା ବେଳେ ସେ ସେମାନଙ୍କୁ ଖରାପ ଭାଷାରେ ଗାଳି କରିଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଅଭିାଯୋଗର ଶିକାର ହୋଇଥିବା ଏଏସଆଇ ଜଣକ ହେଲେ ବିପିନ ଯାନୀ । ସେ ଖାକି ଡ୍ରେସ ପିଦ୍ଧି ରାସ୍ତାରେ ଗଡୁଥିବାରୁ ଏହାକୁ ସାଧାରଣରେ ନିନ୍ଦା କରାଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇଠାରେ ଅନୁଷ୍ଠିତ ହୋଇଛି ପାତାଳି ମହୋତ୍ସବ । ସେଠାରେ ବିପିନଙ୍କର ଡ୍ୟୁଟିଥିଲା । ତେବେ ସେଠାରୁ ଫେରିବା ପରେ ବାବୁ ମଦ ପିଇ ନିଶାରେ ଫେରିଥିଲେ । ନିଶା ଏତେ ଚଢ଼ି ଯାଇଥିଲା ଯେ ଶେଷରେ ହିତାହିତ ଜ୍ଞାନ ହରାଇ ମହୁଖଣ୍ଡି ଏବଂ ଲୁହାଖଣ୍ଡି ଗାଁ ମଝିରେ ଥିବା କେନାଲ ପାଖରେ ପଡି ରହିଥିଲେ । ସ୍ଥାନୀୟ ଲୋକ ତାଙ୍କୁ ଦେଖିବା ପରେ ଉଠାଇବା ପାଇଁ ଚେଷ୍ଠା କରିଥିଲେ । ମାତ୍ର ପୋଲିସ ବାବୁ ସେମାନଙ୍କୁ ଖାକିର କରାମତି ଦେଖାଇବାକୁ ଯାଇ ଗାଳିକରିଥିବା ଲୋକ ଅଭିଯୋଗ କରିଛନ୍ତି । ବାବୁଙ୍କର କାଳେ ସମ୍ମାନ ପଳେଇବ ଏଣୁ ସେ କୁଆଡେ ଗାଳି କରିଥିବା ସାଧାରଣରେ ଚର୍ଚ୍ଚା ।
ମଦ ପିଇ ରାସ୍ତରେ ବୁଲୁଥିବା ମଦୁଆଙ୍କୁ ସାବାଡ କରିବା ସହ ଫାଇନ ମଧ୍ୟ କାଟୁଛନ୍ତି ପୋଲିସ । କିନ୍ତୁ ପୋଲିସ ଯେତେବେଳେ ମଦ ପିଇ ରାସ୍ତାରେ ଗଡିବ ଏବଂ ଲୋକଙ୍କୁ ଡରାଇବ ସେତେବେଳେ ପୋଲିସର କିଏ ବା କଣ କରିବ? ପୋଲିସ କଲେ ନିଳା ଏବଂ ସାଧାରଣ ଲୋକ କଲେ କିଳା । ଏଭଳି ଅନେକ କଥା ଚର୍ଚ୍ଚା ହେଉଛି । ଖାକିରେ ଦା ଲଗାଉଥିବା ଏଭଳି ଅନେକ ପୋଲିସ ବାବୁ ନଜରକୁ ଆସୁଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପଡୁନାହିଁ । ଏଣୁ ସେମାନେ ଏଭଳି କାଣ୍ଡ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ନିକଟରେ ରାଜଧାନୀ ଭୁବନେଶ୍ୱରର ଜଣେ ଥାନା ଅଧିକାରୀ ମଧ୍ୟ ମଦ ପିଇ ଆଇନ ପାଠ ପଢ଼ାଉଥିବା ଏଟିଆର ନ୍ୟୁଜରେ ପ୍ରସାରିତ ହୋଇଥିଲା । ମାତ୍ର ଏହାପରେ ମଧ୍ୟ ଏଭଳି ଘଟଣା ନଜରକୁ ଆସିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏଣୁ ଏଠାରେ ପ୍ରଶ୍ନ ଉଠୁଛି କେବେ ଚେତିବେ ଏମାନେ? ଆଶା କରିବୁ ଏଟିଆର ନ୍ୟୁଜର ଏହି ଖବରକୁ ପ୍ରମାଣ ଭାବେ ନେଇ ପୁଲିସ ମହାନିର୍ଦ୍ଦେଶକ ଆକ୍ସନ ନେବେ ।