ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିର ସାମ୍ବାଦିକ ସମ୍ମିଳନୀ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସର୍ଗ କରାଯାଇଥିଲା । ଏହା ସହ ସାରା ରାଜ୍ୟରେ ଥିବା ଛାତ୍ରଛାତ୍ରୀ ମାନଙ୍କୁ କିଛି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତ ଏଭଳି ସମୟରେ ସମସ୍ତେ ମିଳିମିଶି ରହିବା । ଏହା ସହ ଯେଉଁ ଖେଳରେ ସାଙ୍ଗ ମାନେ ଅତି ନିକଟକୁ ଆସୁଛନ୍ତି ସେ ଖେଳ ଖେଳିବା ନାହିଁ । ଘରେ ରହିବା ସମୟରେ ପୁରୁଣା ବହି ପଢିବା ସହ ଚିତ୍ର ଅଙ୍କନ କରିବା । ଘରେ ଥିବା ଗୁରୁଜନ ମାନଙ୍କୁ ବାହାରକୁ ଗଲାବେଳେ ମାସ୍କ ଲଗାଇ ଯିବା ପାଇଁ କହିବା ସହ ବାହାରୁ ଆସିଲେ ସାବୁନ ପାଣିରେ ହାତ ଧେଇବାକୁ କହିବା । ମା ବାପା କରୁଥିବା ଘର କାମରେ ସହଯୋଗ କରିବା । ଏହା ସହ ଖୁସିରେ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଶ୍ୱ ପୁସ୍ତକ ଦିବସ ଅବସରରେ ସମସ୍ତଙ୍କୁ ବହି ପ୍ରତି ଆଦର ବଢାଇବାକୁ କହିଛନ୍ତି । ଆଜି ଝାଡସୁଗୁଡାରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟନ ହୋଇଛି । ଏହାକୁ ମିଶାଇ ମୋଟ ୩୨ଟି କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଛି ।
ସାରା ବିଶ୍ୱରେ ୨୬୪୮୩୬୦ ସଂକ୍ରମଣ ହେଇଥିବା ବେଳେ ଗତକାଲି ଠାରୁ ଆଜି ୬ ହଜାର ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ଦେଶରେ ୫୦୦୫୪୨ ଟି ନମୁନା ପରୀକ୍ଷା କରା ଯାଇଛି । ସେଥିମଧ୍ୟରୁ ୨୧୩୯୩ ଟି ପଜେଟିଭ ଆସି ଥିବା ବେଳେ ୪୨୫୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଏହି ଭାଇରସରେ ସାରା ଭାରତରେ ୬୮୧ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଓଡିଶାରେ ୧୫୯୮୪ ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୮୭ଟି ପଜେଟିଭ ବାହାରିଥିବା ବେଳେ ୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି । ତେବେ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ସୁବ୍ରତ ବାଗଚୀ କହିଛନ୍ତି ଯେ, ସବୁ କଷ୍ଟ କର ପରିସ୍ଥିତି ପରେ ଗୋଟେ ନୂଆ ଭବିଷ୍ୟତ ଆସେ । ବର୍ତ୍ତମାନ ଭୟର ସମୟ ନୁହେଁ ଭବିଷ୍ୟତ ଭଢିବାର ସମୟ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ସୁବ୍ରତ ବାଗଚୀ କହିଛନ୍ତି ।