ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଏହି ୪ହ ଦିନ ଭିତରେ ଆମେ କିଛି କଥା ଦେଖିବାକୁ ପାଇଛୁ । ପ୍ରଥମ ଏହି କରୋନା ଭାଇରସ ମୁଖ୍ୟତଃ କାଶ, ଛେପ ଓ ଛିଙ୍କ ଦ୍ୱାରା ବ୍ୟାପି ଥାଏ । ଏହା ଆମ ଶରୀରରେ ୧୫ ଦିନରେ ଭିତରେ ଜଣାପଡିଥାଏ । ୫ ଦିନ ପରଠାରୁ ଆମ ଶରୀରରେ ଳକ୍ଷଣ ଦେଖାଯାଇଥାଏ । ଚିହ୍ନଟ ହୋଇଥିବା ଲୋକ ମାନଙ୍କ ଭିତରୁ ୮୦ % ଲୋକ ମାନଙ୍କର ବାହ୍ୟ ଲକ୍ଷଣ ନାଥିଲା । ଏହି ଭାଇରସର କୌଣସି ଭାକସିନ ବାହାରି ନାହିଁ । ତେବେ ଜଣା ପଡିଛି ଏହି ଭାଇରସରେ ଆକ୍ରନ୍ତ ହେଲେ କେବଳ ଶ୍ୱାସ ରୁଦ୍ଧ ନୁହେ ଶରୀର ଅନ୍ୟ ଭାଗକୁ ମଧ୍ୟ ଆକ୍ରାନ୍ତ କରିଥାଏ । ଏହି ଭାଇରସରେ ଥରେ ଆକ୍ରନ୍ତ ହେଲେ ଆଉ ଥରେ ଆକ୍ରାନ୍ତ ହେବାର ଆଶଙ୍କା ଅଛି ।
ଓଡିଶା ଫେରିବା ପାଇଁ ୪ଲକ୍ଷ ୮୬ ହଜାର ଓଡିଆ ପଞ୍ଜିକରଣ କରିଛନ୍ତି । ସାରା ବିଶ୍ୱ ୩୦୬୨୩ ସଂକ୍ରମଣ ହୋଇଥିବା ବେଳେ ୨୭୨୬୫ ଜଣ ମୃତବରଣ କରିଛନ୍ତି । ସେହିଭଳି ଭାରତରେ ୬୬୫୮୧୯ ନମୁନା ଟେଷ୍ଟ କରାଯାଇଛି । ସେଥିଥିମଧ୍ୟରୁ ୨୭୮୯୨ ଜଣ ସଂକ୍ରମିତ ଥିବା ବେଳେ ଜଣ ମୃତ୍ୟୁବରଣ କରିଛନ୍ତି । । ସେହିପରି ଓଡିଶାରେ୨୫୧୦୩ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୧୦ ପଜେଟିଭ ଥିବା ବେଳେ ୩୭ଟି ଆକ୍ଟିଭ କେସ ଅଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି ।