ଭୁବନେଶ୍ୱର(ଏଟିଆର ବ୍ୟୁରେ ): ଆଜି ସାମ୍ବାଦିକ ସମ୍ମିଳନୀରେ ସଚିବ ଜ୍ଞାନ ସିଂ ସୂଚନା ଦେଇ କହିଥିଲେ ଯେ, ଓଡିଶାକୁ ଆଜି ୪୨୨୫ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟକୁ ମୋଟ ୩୯୭୬୫ ଜଣ ପ୍ରବାସୀ ଓଡିଆ ଫେରିଛନ୍ତି । ଏହା ପରେ ଶାଲିନୀ ପଣ୍ଡିତି କହିଥିଲେ ଯେ, ବର୍ତ୍ତମାନ ୮ଟି ପରୀକ୍ଷା ଗାରରେ ୩ହଜାରରୁ ଅଧିକ ପରୀକ୍ଷା କରାଯାଉଛି । ତେବେ ଗତକାଲି ସୁଦ୍ଧା ୫୦ ହଜାରରୁ ଅଧିକ ପରୀକ୍ଷା କରାଯାଇଛି । ଆସନ୍ତା କିଛି ଦିନ ଭିତରେ ଆହୁରି ୧୧ଟି ପରୀକ୍ଷାଗାର ପ୍ରତିଷ୍ଠା କରିବାର ଲକ୍ଷ୍ୟ ରହିଛି । ନମୁନା ପରୀକ୍ଷାର ମୂଳ ଲକ୍ଷ୍ୟ ହେଉଛି ପଜେଟିଭ ହୋଇଥିବା ଲୋକ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଚିକିତ୍ସା କରାଇବା । ତେବେ ବର୍ତ୍ତମାନ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମାନେ ରାଜ୍ୟର ୧୮ଟି ଜିଲ୍ଲାର ବୋଲି ଶାଲିନୀ ପଣ୍ଡିତ ସୂଚନା ଦେଇଥିଲେ ।
ଏହା ପରେ ସୂଚନା ଦେଇ ସଚିବ ଜ୍ଞାନ ସିଂ କହିଥିଲେ ଯେ, ସାରା ବିଶ୍ୱରେ ୩୮୩୬୭୧୪ ଜଣ ଲୋକ ଆକ୍ରାନ୍ତ ହୋଇଥିବା ବେଳେ୨୬୫୩୬୬ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଭାରତରେ ୧୩୫୭୪୧୩ ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୫୨୯୫୨ଟି ପଜେଟିଭ ବାହାରିଥିବା ବେଳେ ୧୫୨୬୬ ଜଣ ଲୋକ ସୁସ୍ଥ ହୋଇଛନ୍ତି । ସେହିପରି ୧୭୮୩ ଜଣ ମୃତ୍ୟୁବରଣ କରିଛନ୍ତି । ସେହିଭଲି ଓଡିଶାରେ ୫୦୫୧୪ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୨୦୬ଟି ପଜେଟିଭ ଆସିଥିବା ବେଲେ ୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିଭଳି ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ସଚିବ ଜ୍ଞାନ ସିଂ ସୂଚନା ଦେଇଛନ୍ତି ।
ଏହା ପରେ ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ଆଜି କେନ୍ଦ୍ରସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଙ୍କ ସହ ଭିଡିଓ କନର୍ଫେସିଂ ଜରିଆରେ ରାଜ୍ୟ ସରକାର କଥା ହୋଇଛନ୍ତି । ସେ କହିବା ଅନୁସାରେ ପ୍ରଣୀ ମାନଙ୍କ ଠାରୁ କରୋନା ଆସିଛି । ତେବେ ଆମ ଘରେ ରହୁଥିବା ବୟସ୍କ ଲୋକ ମାନଙ୍କ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ସହ କରୋନା ଭାଇରସର ମୁକାବିଲା କରିବା ପାଇଁ ଟୀକା ତିଆରି କରିବା ପାଇଁ ସାରା ବିଶ୍ୱ ଉଦ୍ୟମ କରୁଛି । ଯେଉଁ ଥିରେ ଭାରତ ମଧ୍ୟ ସାମିଲ ଅଛି ବୋଲି ସୁବ୍ରତ ବାଗଚୀ କହିଥିଲେ ।