ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୮୪ ହଜାର ଓଡିଆ ଭାରତର ବିଭିନ୍ନ ପ୍ରାନ୍ତରୁ ଓଡିଶା ଫେରିଛନ୍ତି । ସେମାନଙ୍କ ପାଇଁ ଗ୍ରାମାଞ୍ଚଳରେ ୭୩୭୬ ବେଡ୍ ପ୍ରସ୍ତୁତ କରାଯାଇଛି । କରୋନା ମୁକାବିଲା ପାଇଁ ରାଜଚ୍ୟର ଦୁଇଟି ଘରୋଇ ହସ୍ପିଟାଲ ସହ ଚୁକ୍ତିନାମା କରାଯାଇଛି । କରୋନା ତୃତୀୟ ପର୍ଯ୍ୟାୟର ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଭାରତରେ କୌଣସି ଯାଗାରେ ଏପରି ବ୍ୟବସ୍ଥା କରାଯାଇ ନାହିଁ । ୧୦୦୦ ବେଡ୍ ବିଶିଷ୍ଟ ସ୍ୱତନ୍ତ୍ର କରୋନା ୱାର୍ଡ ପ୍ରସ୍ତୁତ କରାଯିବ । ଏହା ଏକ ଐତିହାସିକ ପଦକ୍ଷେପ । ଏହି ଦୁଇଟି ଘରୋଇ ହସ୍ପିଟାଲ ହେଉଛି ସମ୍ ଓ କିମ୍ସ ହସ୍ପିଟାଲ ।
ଅତନ୍ତ ଆବଶ୍ୟକତା ନପଡିଲେ ହସ୍ପିଟାଲ ଯାଆନ୍ତୁ ନାହିଁ । ସବୁ ରାଜ୍ୟର ମୁଖ୍ୟମନ୍ତୀଙ୍କୁ ନବୀନ ପଟ୍ଟନାୟକ ଚିଠିଲେଖିଛନ୍ତି । ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ମାନଙ୍କୁ ସାହାଯ୍ୟ ଓ ସୁବଧା ଯୋଗାଇ ଦେବା ପାଇଁ ଯେତେ ଖର୍ଚ୍ଚ ହେବ ତାହା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚିଠିରେ ଲେଖିଛନ୍ତି । ଏହାସହ ଆମ ରାଜ୍ୟରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ବିନା ସ୍ୱାର୍ଥରେ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବେ ।
ତେବେ ଲକ୍ ଡାଉନ୍ ସମୟରେ ଏହକୁ ନମାନିବାରୁ ରାଜ୍ୟର ବିଭିନ୍ନ ଯାଗାରେ ୪୦୪ ମାମଲା ରୁଜୁ । ଖବର କାଗଜ ବିତରଣ କରୁଥିବା ହକର ମାନେ ଭୋର ୪ଟା ରୁ ୭ଟା ମଧ୍ୟରେ ଖବର କାଗଜ ବିତରଣ କରିପାରିବେ । କରୋନା ଭାଇରସରେ ଆକ୍ରାନ୍ତ ଥିବା ସନ୍ଦେହ କରାଯାଇ୧୬୪ ଜଣଙ୍କ ନମୁନା ପରୀକ୍ଷା ପଠା ଯାଇଥିଲା । ସମସ୍ତଙ୍କ ନମୁନା ନେଗେଟିଭ ଆସିଛି । ବର୍ତ୍ତମାନ ସୁଦ୍ଧା ୧୯୮ ଦେଶ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସାରା ବିଶ୍ୱରେ ୪୭୪୯୬୮ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି ।
ତେବେ ସାର ବିଶ୍ୱରେ ୨୧୩୫୩ ଜଣ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେହିଭଳି ଭାରତରେ ୬୮୬ ଜଣ ଲୋକ ଏହି ଭାରଇରସରେ ଆକ୍ରାନ୍ତ ଥିବା ବେଳେ ୧୩ ମୃତ୍ୟୁ ବରଣ କରିଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି । ସେ ଆଜି କଥାରେ କଥାରେ ଅମାନିଆ ଲୋକଙ୍କୁ ଆଉ ଗୋଟେ କଥା ମଧ୍ୟ କହିଛନ୍ତି । ହାତୀ ବୁଡି ଯାଉଛି ମେଣ୍ଢା ପଚାରୁଛି ପାଣି କେତେ । ଅର୍ଥାତ ବଡବଡ ଦେଶ ଯେତେବେଳେ କରୋନା ପାଖରେ ମୁଣ୍ଡ ନୁଆଁଇ ସାରିଲେଣି । କିଛି ଅମାନିଆ ଲୋକ ଏବେବି ଲକ ଡାଉନକୁ ଭାଙ୍ଗୁଛନ୍ତି ।