ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିର ସମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ କହିଛନ୍ତି ଯେ, ସୁରେନ୍ଦ୍ର କୁମାର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି । ଏଥିରେ ୭ ଜଣ ଅଧିକାରୀ ଅଛନ୍ତି । ଏହି କମିଟିର ମୂଲ ଉଦ୍ଦେଶ୍ୟ ହେଉଛି ଲକ୍ ଡାଉନ୍ ସମୟରେ ସଠିକ ଭାବରେ ଲୋକ ମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚି ପାରିବା ଓ ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା । ସାରା ବିଶ୍ୱରେ ୨୦୩ଟି ଦେଶକୁ କରୋନା ଭାଇରସ ବ୍ୟାପି ସାରିଲାଣି । ସେହିପରି ସାରା ବିଶ୍ୱରେ ୮୬୨୪୯୫ ଜଣ ବ୍ୟକ୍ତି କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୪୨୫୧୦ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ଭାରତ ୧୫୯୦ଜଣ ଲୋକ ଏହି ଭାଇରସରେ ଆକ୍ରାନ୍ତ ଥିବାବେଳେ ୪୫ ଜଣ ମୁତ୍ୟୃ ବରଣ କରିଛନ୍ତି ।
ସେହିଭଳି ଓଡିଶାରୁ ୬୧୦ ନମୁନା ପରୀକ୍ଷା ପାଇଁ ପଠା ଯାଇଥିଲା । ଯେଉଁ ଥିରୁ ୪ଟି ପଜେଟିଭ ଆସିଛି । ଅନ୍ୟପଟେ ୭୭ ଜଣ ବ୍ୟକ୍ତି ବିଭିନ୍ନ ଯାଗାରେ ଚିକିତ୍ସିତ ହେଉଛନ୍ତି । ସେହିପରି ୧୦୪ ହୋଲ ଲାଇନ ମାଧ୍ୟମରେ ୧୫୦୪୫ ଜଣ ଲୋକ ପଞ୍ଚିକରଣ କରିଛନ୍ତି । ସେଥିମଧ୍ୟରୁ ୪୩୩୨ ଜଣ ବିଦେଶ ଫେରନ୍ତା । ଜଣେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ନିନ୍ଦା କରିବା କଥାନୁହେଁ । ବଂର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସାହାର୍ଯ ଓ ସମବେଦନା ଦେବାକୁ ପଡିବ । ଏହା ସହ ସେ ଗୁଜବ ଉପରେ ବିଶ୍ୱାର କରନ୍ତୁ ନାହିଁ ି । ଯେଉଁ ବ୍ୟକ୍ତି ମାନେ ଗୁଜବ କରୁଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।