ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗଚୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ୩୫ ଟି କୋଭିଡ ହସ୍ପିଟାଲ ତିଆରି କରାଯାଉଛି । ଆଜି ସୁଦ୍ଧା ୨୧ ଟି ହସ୍ପିଟାଲରେ ୪ହଜାରଟି ବୋଡ ପ୍ରତିଷ୍ଠା ହୋଇସାରିଲାଣି । ଆସନ୍ତା ୨୦ ତାରିଖ ଭିତରେ ଅନ୍ୟ ୧୧ ଟି ହସ୍ପିଟାଲ କାର୍ଯ୍ୟକାରୀ କରାଯିବ । ଯୁନ୍ଧ କାଳୀନ ଭିତରେ ହସ୍ପିଟାଲ ଗୁଡିକ ନିର୍ମାଣ କରାଯାଇଛି । କରୋନା ଆକ୍ରନ୍ତଙ୍କ ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ମୁଖ୍ୟ କାରଣ ହେଉଛି ଏହାର ସଂକ୍ରମଣକୁ ରୋକିବା । ତେବେ ପ୍ରତିଷ୍ଠା ହୋଇଥିବା ସ୍ୱତନ୍ତ୍ର ହସ୍ପିଟାଲ ଗୁଡିକ ବଲାଙ୍ଗିର, ବାଲୋଶ୍ୱର, ଭଦ୍ରକ, କଟକ, ଡୁବୁରି, ବ୍ରହ୍ମପୁର, ଫୁଲବାଣୀ, ଭୁବନେଶ୍ୱର, ପୁରୀ, ରାଉରକେଲା, ଦେବଗଡ, ଗଜପତି, କୋରାଫୁଟ, ମାଲାକାନାଗିରି, ରାୟଗଡା, କେନ୍ଦ୍ରପଡା, ଢେଙ୍କାନାଲ, ବୌଦ୍ଧ, ସୁବର୍ଣ୍ଣପୁର, ମୟୂରଭଞ୍ଜରେ କରାଯାଇଛି । ଏହା ସହ ଏସିବି ମେଡିକାଲରେ କଲେଜରେ ଡାକ୍ତର ମାନଙ୍କୁ ସ୍ୱତନ୍ତ୍ର ତାଳିମ ଦିଆଯାଉଛି ।
ବର୍ତ୍ତମାନ ସାରା ବିଶ୍ୱରେ ୨୧୦ଟି ଦେଶକୁ କରୋନା ଭାଇରସ ବ୍ୟାପିଛି । ସାରା ବିଶ୍ୱରେ ୨୦୯୨୩୭ ଜଣ ଏହା ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ୧୩୪୭୮୦ ମୁତ୍ୟୃବରଣ କରିଛନ୍ତି । । ସେହିଭଳି ଭାରତରେ ୧୨୩୮୦ ଜଣ ବ୍ୟକ୍ତି କରୋନା ଭାଇରସରର ଶିକାର ହେଇଥିବା ବେଳେ ୪୧୧ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ରାଜ୍ୟରେ ଆଜି ସୁଦ୍ଧା ୬୭୩୪ ନମୁନା ରିପୋର୍ଟ ମିଳିଛି । ଏହା ସହ ସୁବ୍ରତ ବାଗଚୀ ମନୋଚିକିତ୍ସକ ମାନେ ଦେଇଥିବା ୧୨ଟି ପରାମର୍ଶକୁ ଲୋକ ମାନଙ୍କୁ ମାନିବାକୁ କହିଛନ୍ତି ।
ସେଗୁଡିକ ହେଲା ପରିସ୍ଥିତି କୁ ଗ୍ରହଣ କରନ୍ତୁ । ସାହାସ ରଖନ୍ତୁ, ଆଶା ରଖ, ପ୍ରାଶାସନ ଉପରେ ଭରସା ରଖନ୍ତୁ । ଭୟ ଓ ଆଶଙ୍କା ଏକ ସାଧାଣର ସ୍ୱଭାବିକ କଥା । ପରସ୍ୱାରିକ ମନମାଳିନକୁ ଭୁଲି ରୁହନ୍ତୁ । କର୍ମଜୀବନ, ଗୃହସ୍ଥି ଜୀବନ ଓ ସମାଜିକ ଜୀବନକୁ ଘରର ସୀମା ଭିତରେ ଅଲଗା ଅଲଗା ରଖନ୍ତୁ । ବର୍ତ୍ତମାନ ବ୍ୟକ୍ତି ଗତ ତ୍ୟାଗର ସମୟ ଆସିଛି । ଧନୀ ଗରିବ ସମସ୍ତେ କରୋନା ଆଗାରେ ସମାନ । ପରସ୍ୱର ପ୍ରତି ସହନଶୀଳ ହୁଅନ୍ତୁ । ମିତ୍ୟା ଅଶ୍ୱାସନା ପାଇଁ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ । ସଂକ୍ରମିତ ପରିବାରଙ୍କୁ ଦୋଷି ଭଳି ଦେଖନ୍ତୁ ନାହିଁ । ପ୍ରତ୍ୟକ ଡାକ୍ତରଙ୍କୁ ସମ୍ମାନ ଦିଅନ୍ତୁ । ନିଜର ସମୟ ନିଜେ ସଜାଡି ଦିଅନ୍ତୁ । ଏହା ସହ ମହା ଆକାଶଚାରୀ ମାନେ ମହା ଆକାଶକୁ ଯିବା ପୂର୍ବରୁ ଏକ ରୁଟିନ ତିଆରି କରିଥାନ୍ତି । ଯେଉଁ ଥିରେ ସେମାନେ ପ୍ରତି ୫ ମିନିଟରେ କଣ କରିବେ ତାହା ଆଗରୁ ପ୍ରସ୍ତୁତ କରାଯାଇଇାଏ । ଏହା ଦ୍ୱାରା ସେମାନଙ୍କ ମନୋବଳ ମାସ ମାସ ଧରି ମହା ଆକାଶରେ ଠିକ ରୁହେ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।