ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ସାମ୍ବାଦିକ ସମ୍ମୀଳନୀରେ ସୁବ୍ରତ ବାଗଚୀ କହିଛନ୍ତି ଯେ, ଲକ୍ ଡାଉନ ସରିବା ପରେ ୫ଲକ୍ଷରୁ ଅଧିକ ଓଡିଆ ଓଡିଶା କୁ ପେରିବେ । ଏହି ଲୋକ ମାନେ ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ ଭଳି ପଡୋଶୀ ରାଜ୍ୟରେ ବର୍ତ୍ତମାନ ଅଛନ୍ତି । ସେହିପରି ରାଜ୍ୟରେ ଥିବା ୬୭୮୯ଟି ପଞ୍ଚାୟତର ଲୋକ ମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଶପଥ ପାଠ କରିଛନ୍ତି । ଏହି ଶପଥ ପାଠ କ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା କରୋନା କଟକଣା ମାନିବା ସହ ଫେରୁଥିବା ଲୋକ ମାନଙ୍କୁ ଭଲ ଙାବରେ ରକିବା ପାଇଁ ଶପଥ କରିଛନ୍ତି । ସେହିପରି ସଚିବ ଡି. କେ ସିଂହଙ୍କ କହିବା ଅନୁସାରେ ଓଡିଶା ବାହରେ ପାଖାପାଖି ୭ ଲକ୍ଷ ୫୦ ହଜାର ଲୋକ ଅଛନ୍ତି । ସେମାନଙ୍କ ପାଇଁ ରାଜ୍ୟ ସରକାର ଚିନ୍ତିତ ଅଛନ୍ତି । ସେମାନେ ଫେରିବା ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ପୋର୍ଟାଲରେ ରେଜିଷ୍ଟେସନ କରିବେ । ଏହି ରେଜିଷ୍ଟେସନ ଆସନ୍ତାର ୨୪ ତାରିଖରୁ ଆରମ୍ଭ ହେବ । ବାହାରୁ ଆସୁଥିବା ଲୋକ ମାନେ ରେଜୀଷ୍ଟେସନ କରିବା ନିହାତି ଜରୁରୀ । ରେଜିଷ୍ଟେସନ ନକରିଲେ ଓଡିଶା ଫେରିପାରିବେ ନାହିଁ । ଯେଉଁ ମାନେ ଫେରିବେ ସେମାନେ ୧୪ ଦିନ ନିଜ ପଞ୍ଚାୟତରେ ତିଆରି କରାଯାଇଥିବା କ୍ୱାରାଣ୍ଟାଇନରେ ରହିବେ ।
ଏହା ପରେ ସେ ତାଙ୍କ ଘରକୁ ଯିବେ । ରେଜିଷ୍ଟେସନ କରିବା ଦ୍ୱାରା ପଞ୍ଚାୟତ ସ୍ଥରରେ ବେଡ ବ୍ୟବସ୍ଥା କରାଯିବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ବେଡ ପ୍ରସ୍ତୁତ କରାଯାଇଛି । ସବୁ ପଞ୍ଚାୟତରେ ଜଣେ ଲେଖାଏଁ ନୋଡାଲ ଅଫିସର ରହିବ । ସେମାନେ ପଞ୍ଚାୟତ ସ୍ଥରରେ ନିର୍ମାଣ କରାଯାଇଥିବା ମେଡିକାଲ ଦ୍ୱାୟୀତ୍ୱରେ ରହିବେ । ତେବେ ଗ୍ରାମାଞ୍ଚଳରେ ହୋମ୍ କ୍ୱାରାଣ୍ଟାଇନ ବ୍ୟବସ୍ଥା ନାହିଁ ବୋଲି ସଚିବ ଡି. କେ ସିଂହ କହିଛନ୍ତି ।
ତେବେ ସାରା ବିଶ୍ୱରେ ୨୫୭୨୬୦୩ ସଂକ୍ରମିତ ହୋଇଥିବା ବେଳେ ୧୭୮୫୪୮ ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିଭଳି ଭାରତରେ୪୬୨୬୨୧ ଟି ନମୁମା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୧୯୯୮୪ ଜଣ ଲୋକ କରୋନା ଭାଇରସରେ ପଜେଟିଭ ଅଛନ୍ତି । ସେହିଭଳି ୩୮୬୯ ଜଣ ଲୋକ ସାରା ଭାରତରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୪୦ ଜଣ ମୃତ୍ୟୁବରଣ କରିଛନ୍ତି । ଭାରତ ସାରା ବିଶ୍ୱରେ ୧୭ ତମ ସଂକ୍ରମିତ ଦେଶ । ତେବେ ଓଡିଶାରେ ମୋଟ ୧୩୭୭୫ଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୮୩ ଜଣ ପଜେଟିଭ ଥିବା ବେଳେ ୩୨ ଜଣ ସୁସ୍ଥ ହୋଇ ଫେରିଛନ୍ତି ବୋଲି ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।