ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ବିଶ୍ୱ ଯୋଗ ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।
ସେ ବାଲୁକା କଳା ମାଧ୍ୟମରେ ଜନସାଧାରଣଙ୍କୁ ‘ଯୋଗ ଦିବସ’ ର ଶୁଭେଚ୍ଛା ପ୍ରଦାନ କରିବା ସହିତ ବେଳାଭୂମିରେ ବାଲୁକାରେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ୁମଦ୍ରାକୁ ସେ ନିଖୁଣ ଭାବେ ଦେଖାଇଛନ୍ତି ।
ଏହାସହିତ କରୋନା ସମୟରେ ଶରୀରକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ । ସେଥିପାଇଁ ସମସ୍ତଙ୍କୁ ଯୋଗ କରିବା ପାଇଁ ନିବେଦନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।