ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ଜେଲେରେ ସଜ୍ଜା କାଟୁଛନ୍ତି ପ୍ରଦୀପ ସେଠୀ । ପ୍ରଦୀପ ହେଉଛନ୍ତି ଅର୍ଥତତ୍ତ୍ୱ କମ୍ପାନୀର ମୁଖ୍ୟ । ତେବେ ଗତ କାଲି ପ୍ରଦୀପ ଜେଲରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ । ଝାଡପଡା ଜେଲରେ ପ୍ରଦୀପ ଏଭଳି କରିଥିବାର ସୂଚନା ମିଳିଛି ।ଜେଲରେ ଥିବା ଏକ ଶୌଚାଳୟ ଭିତରେ ବେକରେ ଇନଭର୍ଟର ତାର ଗୁଡାଇ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲେ । ବର୍ତ୍ତମାନ ସେ ଜେଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ପୂର୍ବରୁ ପ୍ରଦୀପ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ୨୦୧୪ ମସିହାରୁ ସେ ଠକେଇ ମାମଲାରେ ଜେଲରେ ସଜ୍ଜା କାଟୁଛନ୍ତି । ପ୍ରଦୀପଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଏବେ ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି ହେଉଛି ।