ବଲାଙ୍ଗୀର (ଏଟିଆର ବ୍ୟୁରୋ); ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ । ପୁଣିଥରେ ରକ୍ତ ରଞ୍ଜିତ ହୋଇଛି ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ପୀଠ । ଶହ ଶହ ପଶୁ ପକ୍ଷୀଙ୍କ ରକ୍ତରେ ଖେଳା ଯାଇଛି ଆଦିମ ଖେଳ । ଆଦିବାସୀଙ୍କ ବହୁ ପ୍ରସିଦ୍ଧ ଏହି ଯାତ୍ରାରେ ବଳି ପଡିବା ପ୍ରଥା ପ୍ରଚଳନ ହୋଇ ଆସୁଛି । ପ୍ରଶାସନ ଏବଂ ପୋଲିସ ବାବୁଙ୍କ ଆଗରେ ପଡିଛନ୍ତି ଶହ ଶହ ପଶୁ ପକ୍ଷୀ ।
ବହୁ ପ୍ରଶିଦ୍ଧ ଏହି ଶୁଳିଆ ଯାତ୍ରାରେ ବଳି ପଡିବା ପ୍ରଚଳନକୁ ବନ୍ଦ କରିବା ପାଇଁ ପ୍ରଶାସନ ବହୁତ ଚେଷ୍ଠା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି । ଚଳିତ ବର୍ଷ ଏଠାରେ ପାଞ୍ଚ ପ୍ଳାଟୁନ ଫୋର୍ସ ମୃତୟନ ହେବା ପରେ ସମସ୍ତେ ଭାବିଥିଲେ କି ଏବର୍ଷ ବଳି ପଡିପାରିବ ନାହିଁ । ମାତ୍ର ପରମ୍ପରା ଆଗରେ ହାର ମାନିଛି ପ୍ରଶାସନ । ଶେଷରେ ସବୁ କଳ୍ପନା ଜଳ୍ପନା ଭୁଲ ହୋଇଥିଲା । ଏବଂ ମାଙ୍କ ପିଠରେ ପଡିଥିଲା ବଳି । ପ୍ରତିବର୍ଷ ପୌଷମାସର ପ୍ରଥମ ମଙ୍ଗଳବାର ଏଠାରେ ବଳି ପଡିବା ପ୍ରଥା ରହିଥାଏ ।