ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ମହାମାରୀର ଚିନ୍ତା । ବିଶ୍ୱର ପ୍ରାୟ ସବୁ ଦେଶରେ ଏହି ଭାଇରସ ନିଜର କାୟା ବିସ୍ତାର କରିସାରିଛି । ତେବେ ଏହାର ଭ୍ୟାକସିନ ବାହାର କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି । ଭାରତ ମଧ୍ୟ ଭ୍ୟାକସିନ ବାହାର କରିବା ପାଇଁ ଲାଗିଛି । ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍କୁ ଆଇସିଏମଆର ଦ୍ୱାରା ମନୋନୀତ କରାଯାଇଛି ।
ଅନ୍ୟପଟେ ଓଡ଼ିଶାରେ କୋଭିଡ୍୧୯ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍ମା ଥେରାପିର ପ୍ରୟୋଗ ନିମନ୍ତେ ମନୋନୀତ ହୋଇଥିବା ଚାରୋଟି ହସପିଟାଲ୍ ମଧ୍ୟରୁ ସମ୍ ହସପିଟାଲ୍ ଅନ୍ୟତମ ଭାବେ ମନୋନୀତ ହୋଇଛି । ପ୍ଲାଜମା ଥେରାପି ମାଧ୍ୟମରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତରୁ ଆଂଟିବଡି ସଂଗ୍ରହ କରାଯାଇ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରାଯିବ ।