ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟ ସାରା ବହୁଛି ଗ୍ରୀଷ୍ମ ପ୍ରବାହ । ଧୁ ଧୁ ଖରାରେ ଜୀବନ ହୋଇପଡୁଛି ଅସ୍ତବ୍ୟସ୍ତ । ଘରୁ ପାଦ କାଢିଲେ ଦେହ ହାତ ଜଳି ଯାଉଛି । ରାଜ୍ୟର ଅଧା ଜିଲ୍ଲାର ପାରଦ ବର୍ତ୍ତମାନ ୪୦ ଡିଗ୍ରୀ ଉପରେ । ଯାହାକୁ ନଜରରେ ରଖି ରାଜ୍ୟ ସରକାର ନେଇଛନ୍ତି ଏକ ବଡ ନିଷ୍ପତି । ସାରା ରାଜ୍ୟରେ ଆସନ୍ତା ୧୮ ତାରିଖ ଠାରୁ ସମସ୍ତ ବିଦ୍ୟ।।ଳୟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଏସଆରସି ବିଷ୍ଣୁପଦ ସେଠୀ ଏହି ନିର୍ଦେଶନାମା ଜାରି କରିଛନ୍ତି । ସୂଚନାଯୋଗ୍ୟ ସରକାରଙ୍କ ପକ୍ଷରୁ ଖରାକୁ ଆଖିରେ ରଖି ଅପ୍ରେଲ ୨ ତାରିଖ ଠାରୁ ସକାଳୁଆ ସ୍କୁଲ କରାଯାଇଥିଲା । ସେହିଭଳି ସକାଳ ୬.୩୦ରୁ ସ୍କୁଲ ଖୋଲାଯାଇ ୧୦.୩୦ ରେ ବନ୍ଦ କରାଯାଉଥିଲା ।
ଯାହା ବର୍ତ୍ତମାନ କିନ୍ତୁ ଦିନକୁ ଦିନ ଖରାର ପ୍ରକୋପ ବଢୁଥିବାରୁ ସମୂସ୍ତ ସ୍କୁଲକୁ ବନ୍ଦ କରିବାକୁ ନେଇଛନ୍ତି ନିଷ୍ପତି । ସେହିଭଳି ପୂର୍ବରୁ ମେ ୬ ତାରିଖରେ ସମସ୍ତ ସ୍କୁଲକୁ ବନ୍ଦ କାରିବାକୁ ନିଷ୍ପତି ନିଆଯାଇଥିଲା । କିନ୍ତୁ ଖରାର ପ୍ରକୋପ ବଢିବାରୁ ନିଷ୍ପତିରେ ପରିବର୍ତ୍ତନ କରି ଆସନ୍ତା ୧୮ ତାରିଖକୁ କମାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ଗତ ସପ୍ତାହ ହେଲା ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ସେହଭଳି ଆଜି ବାଲେଶ୍ୱର ଭୋଗରାଇରେ ଜଣେ କୃଷକ ଅଂଶୁଘାତରେ ମୃତ୍ୟୁ ବରଣ କରିଛନ୍ତି । ଆଗକୁ ଖରା ଅଧିକ ବଡିବା ଆଶଙ୍କା କରି ରାଜ୍ୟସରକାର ଏହି ନିଷ୍ପତି ନେଇଛନ୍ତି ।