କୋଣାର୍କ ( ଏଟିଆର ବ୍ୟୁରୋ): ମୌସୁମୀ ଗଲା ପରେ ଏବେ ଆରମ୍ଭ ହୋଇଛି ଶୀତ ଋତୁ । ବହୁଳ ମାତ୍ରାରେ ପର୍ଯ୍ୟଟକ ଏବେ ପୁରୀ କୋଣାର୍କ ମୁହାଁ ହେବେ । ପୁରା ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୋଣାର୍କରେ ଭିଡ ଲାଗି ରହିବ । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ କୋଣାର୍କ ମନ୍ଦିର ପରି ଦର୍ଶନ ସମୟ ବଦଳିଛି ।
ଆଜିଠାରୁ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ କୋଣାର୍କ ମନ୍ଦିରରେ ପର୍ଯ୍ୟଟକମାନେ ଭ୍ରମଣ କରି ପାରିବେ । ଏହି ନିୟମ ଆସନ୍ତା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି । ସେହିଭଳି ସନ୍ଧ୍ୟା ୬ ଟା ୩୦ ରୁ ଲେଜର ଶୋ ଆରମ୍ଭ ହେବ । ସୂଚନାଯୋଗ୍ୟ ପୂର୍ବରୁ ସକାଳ ୭ ଟାରୁ ସନ୍ଧ୍ୟା ୭ ଟା ରହିଥିଲା । ଯାହାକୁ ଏବେ ପରିବର୍ତ୍ତନ କରାଯାଇ ଏବେ ସକାଳ ୬ ଟାରୁ ସନ୍ଧ୍ୟା ୬ ଟା କରାଯାଇଛି । କୋଣାର୍କ ମନ୍ଦିର ପରିଚାଳନା ପକ୍ଷରୁ ସୂଚନା ଦିଆଯାଇଛି ।