ସୁନ୍ଦରଗଡ(ଏଟିଆର ବ୍ୟୁରୋ): ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ପକ୍ଷରୁ ଖୁଏଲ ଯାତ୍ରା-୨୦୨୦ ର ଆୟୋଜନ କରାଯାଇଥିଲା । ଏହି ଖୁଏଲ ଯାତ୍ରାଟି ସଂସ୍କୃତି ଓ ପରମ୍ପରାକୁ ଆଧାର କରି ଲୁପ୍ତକାୟ ସଂସ୍କୃତି, ପରମ୍ପରାକୁ ଓ ଲୋକକଳା କୁ ଗୋଟିଏ ଯାଗାରେ ପ୍ରଦର୍ଶିତ କରିବାର ଏକ ମାଧ୍ୟମ ସାଜିଥିଲା ।
ତେବେ ଏହି ସମାରୋହଟି ସରକାରୀ ମହାବିପ୍ୟାଳୟ ସମ୍ମୁଖରେ ପଥ ଉତ୍ସବ ସଦୃଶ ଆୟୋଜନ କରାଯାଇଥିଲା । ଏହି ଉତ୍ସବକୁ ଉଦଘାଟନ କରିଥିଲେ ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ ।
କୁସୁମ ଟେଟେ ଏହି ସମାରୋହକୁ ଉଦଘାଟନ କରିବା ସହିତ ରାସ୍ତା ଉପରେ ଲୋକ ସଂଙ୍ଗୀତରେ ନୃତ୍ୟ ମଧ୍ୟ କରିଥିଲେ । ଅନ୍ୟ ପଟରେ ବିଧାୟିକାଙ୍କଗୁ ନିଜ ପାଖରେ ପାଇ ଛିତ୍ରୀମାନେ ମଧ୍ୟ ବେଶ ଉତ୍ସାହର ସହିତ ବିଧାୟିକାଙ୍କ ସହିତ ନାଚିଥିଲେ । ଏବଂ ସେଲଫି ମଧ୍ୟ ନେଇଥିଲେ ।
ପଶ୍ଚିମ ଓଡ଼ିଶାର ଲୋକ କଳା ଓ ସଂସ୍କୃତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ନାଚ-ଗୀତ ସହିତ ବେଙ୍ଗଲୀ, ଗୁଜୁରାତୀ ଓ ପଞ୍ଜାବୀ ଆଜି ନୃତ୍ୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପରିବେଶଣ କରାଯାଇଥିଲା ।