ଚାନ୍ଦିପୁର(ଏଟିଆର ବ୍ୟୁରୋ): ସଫଳ ହୋଇଛି ବ୍ରହ୍ମୋସ ମିସାଇଲର ବ୍ୟବହାରିକ ପରୀକ୍ଷଣ । ଏହି ମିସାଇଲ ଭାରତ ଓ ଋଷ ମିଳିତ ଉଦ୍ୟମରେ ନିର୍ମିତ ହୋଇଛି । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଘାଟିରୁ ଆଜି ସକାଳ ବ୍ରହ୍ମୋସ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ କରାଯାଇଛି । ଆଜି ସକାଳ ୮.୪୫ରେ ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ଏହାର ପରିକ୍ଷଣ କରାଯାଇଛି ।
ଏହି ମିସାଇଲରେ ଲାଇଭ ଏକ୍ସଟେନସନ ଟେକ୍ନୋଲେଜୀ ବ୍ୟବହାର କରାଯାଇଛି । ବ୍ରହ୍ମୋସ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୨୯୦ କିମି ପର୍ଯ୍ୟନ୍ତ ବୋଲି ଜଣାପଡିଛି । ବ୍ରହ୍ମୋସ ମିସାଇଲକୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀ ଭାବେ ବ୍ୟବହାର କରାଯାଇଥାଏ । ଏହି ମିସାଇଲର ଲମ୍ବ ୮.୪ ମିଟର, ଓସାର ୦୬ ମିଟର ରେ ନିର୍ମିତ କରାଯାଇଛି । ବ୍ରହ୍ମୋସ ମିସାଇଲଟି ୨.୫ ଟନ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ।