ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଅଭିଜିତ ଆୟର ମିତ୍ରଙ୍କ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଧର୍ମୀୟ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କ ଜାମିନ ନାମଞ୍ଜୁର ହୋଇଥିବା ଜଣାପଡିଛି । ଓଡିଶା , କୋଣାର୍କର ସୁର୍ଯ୍ୟମନ୍ଦିର ଓ ଜଗନ୍ନାଥ ମନ୍ଦିର ସଂମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଗତ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଅଭିଜିତ । ତେବେ ତାଙ୍କୁ ଗିରଫ କରିବାକୁ ସେତେବେଳେ ଆନ୍ଦୋଳନ ଜୋର ଧରିବାରୁ ତାଙ୍କୁ ଦିଲ୍ଲୀରୁ ଓଡିଶା ପୁଲିସ ଗିରଫ କରିଥିଲା । ହେଲେ ପରେ ସେ ଜାମିନରେ ବାହାରକୁ ଆସିଥିଲେ ।
ସେ ଏମିତିକି ଓଡିଶାର ବିଧାୟକ ମାନଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ବିଶେଷ କରି ପୁରୀ ଶ୍ରୀ ମନ୍ଦିର ଓ କୋଣାର୍କ ମନ୍ଦିର ବିଷୟରେ ଆପତ୍ତିଜନକ ମନ୍ତବ୍ୟ ତାଙ୍କୁ ଅଡୁଆରେ ପକାଇଥିଲା । ଶେଷରେ ଜାମିନ ଆବେଦନ କରିଥିଲେ ହେଁ ଆଜି ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ।