ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କରୋନା ରୋଗୀଙ୍କ ଘର ବାହାରେ ଲାଗିବନି ଆଉ ପୋଷ୍ଟର । ଏହି ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ଯଦି ଘର ବାହାରେ ପୋଷ୍ଟର ଲଗାଇବା ଅତି ଜରୁରୀ ଥାଏ , ତେବେ ସଂପୃକ୍ତ ଅଧିକାରୀ ବା କେନ୍ଦ୍ର ସରକାରଙ୍କ ଅନୁମତି ରହିବା ଆବଶ୍ୟକ ।
ଘର ବାହାରେ ପୋଷ୍ଟର ଲଗାଯିବା ଦ୍ୱାରା ପଡୋଶୀ କିମ୍ବା ସେମାନଙ୍କ ସମ୍ପକୀୟଙ୍କୁ ସତର୍କ କରାଇବା ପାଇଁ ରାଜ୍ୟ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଥିଲେ । କିନ୍ତୁ ପୋଷ୍ଟର ଲଗାଇବା ଦ୍ୱାରା ରୋଗୀଙ୍କ ପ୍ରତି ଓ ଛୁଆଁ ଅଛୁଆଁ ଭଳି ଭେଦଭାବ କରାଯାଉଛି ।ତେଣୁ ଏପେ କାହାରି ଘର ବାହାରେ ପୋଷ୍ଟର ଲାଗିବନି ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛି ।
ଅନ୍ୟପଟେ କେନ୍ଦ୍ର ସରକାରଙ୍କ ତରଫରୁ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଯେ କେନ୍ଦ୍ର ସରକାର ଏଭଳି କୌଣସି ନିର୍ଦ୍ଦେଶାନାମା ଜାରି କରିନାହାନ୍ତି।