ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନର ସୁ ପରିଚାଳନା ପାଇଁ ଜାତୀୟ ସ୍ତରରେ ପୁରସ୍କୃତ ହେବେ ସେତେବେଳର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଏନେଇ ଭାରତୀୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଜାତୀୟ ଭୋଟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିବେ । ସୂଚନାଯୋଗ୍ୟ ସୁରେନ୍ଦ୍ର କୁମାର ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୨୦୧୮ ଫେବୃଆରୀରେ ଯୋଗ ଦେଇଥିଲେ ।
୨୦୧୯ ମସିହାରେ ଓଡିଶାରେ ହୋଇଥିବା ସାଧାରଣ ନିର୍ବାଚନ ତାଙ୍କତ୍ତତତ୍ୱବଧାନରେ ପରିଚାଳିତ ହୋଇଥିଲା । ଏହାକୁ ଦକ୍ଷତାର ସହିତ ପରିଚାଳନା କରିଥିବାରୁ ତାଙ୍କୁ ନଗଦ ଅର୍ଥ ଓ ମାନ ପତ୍ର ଦେଇ ପୁରସ୍କୃତ କରାଯିବ । ନିର୍ବାଚନ ସୁପରିଚାଳନା ପାଇଁ ପଞ୍ଜାବ ସିଇଓ ଏସ . କରୁଣା ରାଜା ଓ ଆନ୍ଧ୍ର ପ୍ରଦେଶ ସିଇଓ ଗୋପାଳ କୃଷ୍ଣ ଦ୍ୱିବୀଦିଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।