ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଏପ୍ରିଲ ମାସ ୩୦ ତାରିଖ ପର୍ଯ୍ୟନ୍ତ କଟକଣା ବୃଦ୍ଧି କରାଯାଇଛି । ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
କିଛି ଦିନ ଧରି କରୋନା ସଂକ୍ରମଣ ୪୦ ହଜାର ଉପରେ ରହୁଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଏପ୍ରିଲ ମାସ ପର୍ଯ୍ୟନ୍ତ ଗାଇଡଲାଇନ ଜାରି କରାଯାଇଛି । ଏବଂ ନୂଆ ସଂକ୍ରମିତଙ୍କ ସଯ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସ୍ଥିତିରେ ସ୍ୱାଭାବିକ ହେଉଥିବାବେଳେ ଅନ୍ତର୍ଜାତୀୟ ଉଡାଣ ଲାଗି ଭାରତ ୨୭ ଟି ଦେଶ ସହ ଆଲୋଚନା କରିଛି । ସେହି ଅନୁସାରେ ଆଫଗାନିସ୍ତାନ,ବାହରିନ,ବାଲାଂଦେଶ,ଭୁଟାନ,କାନାଡା,ଓମାନ,ରୁଷିଆ,ନାଇଜେରିଆ,ୟୁଏଇ,ୟୁକେ,ଆମେରିକା,ଓ ଉଜବେକିସ୍ତାନକୁ ବିମାନ ଚଳାଚଳ କରୁଛି । ଆନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିଲେ ମଧ୍ୟ ସ୍ୱତନ୍ତ୍ର ବିମାନ ଚଳାଚଳକୁ ମଞ୍ଜୁରୀ ମିଳିଛି ।