କଟକ (ଏଟିଆର ବ୍ୟୁରୋ): ଆସନ୍ତାକାଲି ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ ଟି୨୦ ମ୍ୟାଚ୍ । ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣଆଫ୍ରିକା ଟିମ୍ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଖେଳାଳୀମାନେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି ।
ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବ୍ୟାଚ ସମୟରେ ୬୨ ପ୍ଲାଟୁନ ପୋଲିସ ମୁତୟନ ହେବେ । ସେହିପରି ଷ୍ଟାଡିୟମ ଭିତରକୁ ପାଣି ବୋତଲ, ବାହାର ଖାଦ୍ୟ, ମ୍ୟାଚ ବକ୍ସ, ଲାଇଟର, ହେଲମେଟ, ବ୍ୟାଗ ନେବା ପାଇଁ ଅନୁମତି ମିଳିବ ନାହିଁ । ଏନେଇ କଟକ ଡିସିପି ପିନାକ ମିଶ୍ର ପ୍ରେସ ମିଟ୍ ରେ ସୂଚନା ଦେଇଛନ୍ତି । ଏହାସହିତ ଷ୍ଟାଡିୟମରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଡିସିପି ଅନୁରୋଧ କରିଛନ୍ତି ।