ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୩ ମାସର ରୋଡ୍ ଟ୍ୟାକ୍ସ ଛାଡ ନ କଲେ ଧର୍ମଘଟକୁ ଓହ୍ଲାଇବେ ବୋଲି ଟ୍ରକ ଆସୋସିଏସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି । କରୋନା ମହାମାରୀ ପାଇଁ ଦୀର୍ଘ ୩ ମାସରୁ ହେବ ପ୍ରାୟ ସବୁ ପ୍ରକାରର ପରିବହନ ବ୍ୟବସ୍ଥା ବନ୍ଦ ହୋଇ ରହିଛି । ତେବେ ଏବେ ସ୍ଥିତି ସ୍ୱଭାବିକ ହେବା ପରେ ରାଜ୍ୟ ଭିତରେ ପରିବହନ ବ୍ୟବସ୍ଥା ସୁଧୁରିବାରେ ଲାଗିଛି । ତେବେ ଗତ ତିନି ମାସ ହେବ ରାଜ୍ୟରେ ପରିବହନ ବ୍ୟବସ୍ଥା ବନ୍ଦ ଥିବାରୁ ଟ୍ରକ ଚଳାଚଳ ବନ୍ଦ ହୋଇ ରହିଥିଲା । କେବଳ ଅତ୍ୟାବଶ୍ୟକ ଜିନିଷ ପାଇଁ କିଛି ଟ୍ରକ ଚଳାଚଳ କରୁଥିଲା ।
ତେଣୁ ରାଜ୍ୟ ସରକାରଙ୍କୁ ଏପ୍ରିଲ, ମେ’ ଓ ଜୁନ ୩ ମାସର ରୋଡ୍ ଟ୍ୟାକ୍ସ ଛାଡ କରିବା ପାଇଁ ଟ୍ରକ ଆସୋସିଏସନ ପକ୍ଷରୁ ଜଣାଯାଇଛି । ହେଲେ ରାଜ୍ୟ ସରକାର କେବଳ ଟିକସ ପୈଠ କରିବାର ସମୟ ସୀମାକୁ ଜୁନ ୩୦ ପର୍ଯ୍ୟନ୍ତକୁ ବୃଦ୍ଧି କରି ଚୁପ ହୋଇ ବସି ପଡିଛନ୍ତି ବୋଲି ଟ୍ରକ୍ ଆସୋସିଏସନ ପକ୍ଷରୁ କୁହାଯାଇଛି । ଯଦି ରାଜ୍ୟ ସରକାର ଏନେଇ କୌଣସି ପଦକ୍ଷେପ ଗ୍ରହଣ ନକରିବେ ତେବେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଧର୍ମଘଟ କରାଯିବ ବୋଲି ରାଜ୍ୟ ସରକାରଙ୍କୁ ଖୋଲି ଚେତାବନୀ ଦିଆଯାଇଛି ।