ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆଗକୁ ଆହୁରି ବଢିବ ତାପମାତ୍ରା । ସ୍ୱଭାବିକଠୁ ୨ ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ହେବ । ଏନେଇ ପାଣିପାଗ କେନ୍ଦ୍ର ସୂଚାନା ଦେଇଛି । ଅସହ୍ୟ ତାତିରେ କଲବଲ ହେବେ ଲୋକ ।
ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବା ସହିତ କିଛି ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ପାର୍ ହୋଇପାରେ ପାଣିପାଗ ବିଭାଗ ସତର୍କତା ଜାରି କରିଛି ।