ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ତାତିରୁ ମିଳିବ ତ୍ରାହି । କମିବ ତାପମାତ୍ରା । ବର୍ତ୍ତମାନ ତୁଳନାରେ ୩ ରୁ ୪ ଡିଗ୍ରୀ ସେଲସିୟସ ପାରଦ ଖସିବ । ଆସନ୍ତାକାଲିଠାରୁ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବାକୁ ଥିବାରୁ ଏହାର ପ୍ରଭାବରେ ତାତି କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ କତ୍ତୃପକ୍ଷ କେନ୍ଦ୍ର ।
ବିଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଥିବା ଭୁବନେଶ୍ୱରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆସନ୍ତାକାଲି ଗଞ୍ଜାମ,କଟକ,ଖୋର୍ଦ୍ଧା,ଢେଙ୍କାନାଳ,ଯାଜପୁର,ଭଦ୍ରକ,ବାଲେଶ୍ୱର,କନ୍ଧମାଳ,ଅନୁଗୁଳ,ବୈାଦ୍ଧ ଆଦି ଜିଲ୍ଲାରେ ୩୦ ରୁ ୪୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବା ସହ ବିଜୁଳି ଓ ଘଡଘଡି ହେବାର ସମ୍ଭାବନା ରହିିଛି ।
ସେହିପରି୪ତାରିଖରେ ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା,ଯାଜପୁର.ଖୋର୍ଦ୍ଧା,କେନ୍ଦୁଝର,କଟକ,ଜଗତସିଂହପୁର ଆଦି ୧୧ ଟି ଜିଲ୍ଲାରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଣୁ ଏହି ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୬ ତାରିଖରୁ ଆଭ୍ୟନ୍ତରୀଣ ଓଡିଶାରେ ପୁଣି ଗରମ ହେବାର ସମ୍ଭାବନା ରହିଛି ।
୨ ରୁ ୬ ତାରିଖ ମଧ୍ୟରେ ଉପକୂଳ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି ।ଭୁବନେଶ୍ୱରରେ ୩ ରୁ ୪ ତାରିଖରେ କୁଆପଥର ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ତାପମାତ୍ରା ୩୭ ଡିଗ୍ରୀ ମଧ୍ୟରେ ରହିବ ।