ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା ସୋମବାରଠାରୁ ରାଜ୍ୟରେ ଖରାଟିଆ ପାଗ ରହିବ । ରାଜ୍ୟରେ ଖରାର ପ୍ରକୋପ ବଢିବ ଓ ଶୀତ ଫେରିବା ସମ୍ଭାବନା କମ୍ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ , ବରଗଡ,ଅନୁଗୁଳ,ଝାରସୁଗୁଡା, ଓ ସମ୍ବଲପୁର ଆଦି ଜିଲ୍ଲାରେ କିଛି କିଛି ସ୍ଥାନରେ ବର୍ଷା ହେବାସହ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ପାଗ ଶୁଖିଲା ରହିବା ସହ ଜଗତସିଂହପୂର ,ମାଲକାନଗିରି ଓ କନ୍ଧମାଳରେ ହାଲକା କୁହୁଡି ଦେଖିବାକୁ ମିଳିଥିଲା ।
ସେହିପରି ସୋମବାରଠାରୁ ଖରାର ପ୍ରକୋପ ବଢିବ ଓ ସାରା ରାଜ୍ୟରେ ୨୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଭୁବନେଶ୍ୱର , ମାଲକାନଗିରି ,ଟିଟିଲାଗଡ , ତାଳଚେର , ଆଦି କେତେକ ସ୍ଥାନରେ ୨୫ ଓ ୨୬ ତାରିଖରେ ତାପମାତ୍ରା ସର୍ବାଧିକ ଡିଗ୍ରୀରୁ ଅଧିକ ରହିବ ।
ଆସନ୍ତା ୨୬ ତାରିଖ ସୁଦ୍ଧା ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ, କେନ୍ଦ୍ରୀୟ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ସର୍ବାଧିକ ତାପମାତ୍ରା ପ୍ରାୟ ୮ ଡିଗ୍ରି ବଢ଼ିବା ବେଳେ ଆଭ୍ୟନ୍ତରୀଣ ଦକ୍ଷିଣରେ ପ୍ରାୟ ୬ ଡିଗ୍ରି ବଢ଼ିବ।