ପୁରୀ (ଏଟିଆର ବ୍ୟୁରୋ): ପବିତ୍ର କାର୍ତ୍ତିକ ମାସ ଚାଲିଥିବା ବେଳେ ଆଉ ମାତ୍ର ଗୋଟେ ଦିନ ପରେ ପଞ୍ଚୁକ । ଏହି ପଞ୍ଚୁକ ଅବସରରେ ବଡଦାଣ୍ଡରେ ବନ୍ଦ ରହିବ ଉଠା ଦୋକାନ । ବଡ ଦାଣ୍ଡରେ ଅସମ୍ଭାଳ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଯାଏଁ ଉଠା ଦୋକାନ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ୱେଚ୍ଛାସେବୀ ରହିବେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
କାର୍ତ୍ତିକ ମାସ ଯୋଗୁଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଭିଡ ଜମୁଛି । ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡରେ ଛିଡା ହୋଇ ରହୁଛନ୍ତି ଭକ୍ତ । ଏହାସହିତ ପଞ୍ଚୁକରେ ଆହୁରି ଆଧିକ ଭିଡ ହେବାର ସମ୍ଭାବନା ଥିବାରୁ ଏଭଳି ନଷ୍ପତି ନିଆଯାଇଛି ।