ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗଷ୍ଟ ୫ ଏବଂ ୧୫ ରେ ଆତଙ୍କବାଦୀ ହମଲାକୁ ନେଇ ସତର୍କ ଜାରି କରାଯାଇଛି । ଅଗଷ୍ଟ ୫ ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବାର ଏକ ବର୍ଷ ପୁରଣ ହେବ । ସେହିପରି ଏହି ଦିନ ରାମ ମନ୍ଦିର ପାଇଁ ଭୂମି ପୂଜା କରାଯିବ । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ବି ଉପସ୍ଥିତ ହେବେ । ଏହାରି ମଧ୍ୟରେ ଆତଙ୍କବାଦୀ ସଂଗଠନ ଦିଲ୍ଲୀରେ କୌଣସି ବଡ ହମଲା କରିବାକୁ ଷଡଯନ୍ତ୍ର ରଚୁଥିବା ଜାଣିବାକୁ ମିଳିଛି ।
ହ୍ୟୁମାନ ଇଂଟେଲଜେନ୍ସ ଏବଂ ଇଲେକ୍ଟ୍ରନିକ ଇଂଟରସେପ୍ଟସ ରୁ ମିଳିଥିବା ସୂଚନା ଅନୁଯାୟୀ ଅନୁମାନ କରାଯାଉଛି କି ସ୍ଲିପର ମଡ୍ୟୁଲ ଜରିଆରେ ଆତଙ୍କବାଦୀ ହମଲା ପାଇଁ ଷଡଯନ୍ତ୍ର ରଚୁଛନ୍ତି । ଏବେ ଆତଙ୍କବାଦିଙ୍କ ଟାର୍ଗେଟରେ ଦିଲ୍ଲୀ, ମୁମ୍ବାଇ, ୟୁପି, ପଞ୍ଜାବ ଏବଂ କାଶ୍ମୀର ରହିଛି ।
ସେପଟେ ଗୁଇନ୍ଦା ଏଜେନ୍ସିରୁ ପୋଲିସକୁ ସୂଚନା ମିଳିଛି କି ଲକ୍ସର-ଏ ତୋଏବା ଏବଂ ଜୈଶ-ଏ ମୋହମ୍ମଦକୁ ଆତଙ୍କି ହମଲାର ଆଦେଶ ଆଇଏସଆଇ ଠାରୁ ମିଳିଛି । ସେହିଅନୁଯାୟୀ ବିଜେପି, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଏବଂ ସମସ୍ତ ହିନ୍ଦୁବାଦୀ ନେତାଙ୍କୁ ଅଗଷ୍ଟ ୫ରେ ଟାର୍ଗେଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି ଆତଙ୍କବାଦୀ ।
ହମଲାର ସୂଚନା ମିଳିବା ପରେ ଏବେ ସମସ୍ତ ଏଜେନ୍ସି ହାଇ ଆଲର୍ଟରେ ରହିଛି । ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଡ୍ରୋନ୍ ଜରିଆରେ ନଜର ରଖାଯାଇଛି ।