ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦାବି ପୂରଣ ହେଲା ଛାତ୍ରଛାତ୍ରୀଙ୍କର । ଏଭଳି ପରିସ୍ଥିତିରେ ସ୍କୁଲ,କଲେଜ ବନ୍ଦ ରହିଥିବାବେଳେ ବର୍ତ୍ତମାନ ପାଇଁ ଉତ୍କଳ ବିଶ୍ୱିବିଦ୍ୟାଳୟର ହଷ୍ଟେଲ ଖୋଲା ରହିବ । ପରବର୍ତ୍ତୀ କାଳରେ କରୋନାର ପରିସ୍ଥିତି ଦେଖି ନିଷ୍ପତ୍ତିନିଆଯିବ । କିନ୍ତୁ ବର୍ତ୍ତମାନ କରୋନା ଗାଇଡଲାଇନ ମାନି ଚଳିବା ପାଇଁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ଅରୁଣ ସାହୁ କହିଛନ୍ତି ବର୍ତ୍ତମାନ ହଷ୍ଟେଲ ବନ୍ଦ ରହିବ ନାହିଁ । ପିଲାମାନଙ୍କୁ ପଢିବା ପାଇଁ ସୁଯୋଗ ଦେବାକୁ ହଷ୍ଟେଲ ଖୋଲା ରହିବ । ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ଭେଟିଥିଲେ ଛାତ୍ରଛାତ୍ରୀ । ୧୨ ଓ ୧୬ ତାରିଖରେ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।ଫଳରେ ଏହି ନିଷ୍ପତ୍ତିକୁ ବିରୋଧ କରି ପ୍ରତିବାଦରେ ବସିଥିଲେ ବାଣୀବିହାର କଲେଜର ଅନେକ ଛାତ୍ରଛାତ୍ରୀ ।